ଆସିଷ୍ଟାଣ୍ଟ ପ୍ରଫେସର ଚୟନରେ ୟୁଜିସି ନିୟମ ମାନୁନି ଓପିଏସ୍‍ସି!, ଆଶାୟୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବାବେଳେ ଓପିଏସ୍‍ସି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୨୦୦୯ ମସିହା ପୂର୍ବର ପିଏଚଡି ସହିତ ‘ନେଟ୍‍, ସେଟ୍‍ ଏବଂ ସ୍ଲେଟ୍‍’ ଆଦିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ନିୟମ ଅନୁଯାୟୀ ଅଣ୍ଡର୍‍ଟେକିଂ(ସ୍ୱୀକାରୋକ୍ତି) ଆବଶ୍ୟକ ନ ଥିବାବେଳେ ଓପିଏସସି ଅଣ୍ଡରଟେକିଂକୁ […]

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବାବେଳେ ଓପିଏସ୍‍ସି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ମାର୍ଗଦର୍ଶିକା ପାଳନ କରୁ ନ ଥିବା ଅଭିଯୋଗ ହେଉଛି। ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୨୦୦୯ ମସିହା ପୂର୍ବର ପିଏଚଡି ସହିତ ‘ନେଟ୍‍, ସେଟ୍‍ ଏବଂ ସ୍ଲେଟ୍‍’ ଆଦିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁଜିସି ନିୟମ ଅନୁଯାୟୀ ଅଣ୍ଡର୍‍ଟେକିଂ(ସ୍ୱୀକାରୋକ୍ତି) ଆବଶ୍ୟକ ନ ଥିବାବେଳେ ଓପିଏସସି ଅଣ୍ଡରଟେକିଂକୁ ବାଧ୍ୟତାମୂଳକ କରିଛି। ଫଳରେ ଆସିଷ୍ଟାଣ୍ଟ ପ୍ରଫେସର ଆଶାୟୀ ପ୍ରାର୍ଥୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଅନେକ ମେଧାବୀ ଯାଞ୍ଚ ପ୍ରକ୍ରିୟାରେ ବାଦ୍‌ ପଡ଼ିବା ସହ ସାକ୍ଷାତକାରରୁ ବଞ୍ଚିତ ହେବା ନେଇ ଆଶଙ୍କା ଦେଖା ଦେଇଛି। ଓପିଏସ୍‌ସି ତରଫରୁ ୨୦୨୧ ଫେବୃଆରୀ ୮ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ପ୍ରକାଶିତ ବିଜ୍ଞପିତରେ ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ ନେଟ୍‌, ସେଟ୍‌ ଓ ସ୍ଲେଟ୍‌କୁ ପ୍ରାଥମିକତା ଦିଆଯାଇଥିଲା। ଅନ୍ୟପକ୍ଷରେ ଯେଉଁ ପରୀକ୍ଷାର୍ଥୀମାନେ ଉପରୋକ୍ତ ଯୋଗ୍ୟତା ନ ଥାଇ ୨୦୦୯ ଜୁଲାଇ ୧୧ ପୂର୍ବରୁ ପିଏଚ୍‌ଡି ହାସଲ କରିଥିବେ ବା ପିଏଚ୍‌ଡି ପାଇଁ ପଞ୍ଜିକୃତ ହୋଇଥିବେ ସେମାନେ ମଧ୍ୟ ଉକ୍ତ ପରୀକ୍ଷା ଦେଇପାରିବେ। ହେଲେ ଏ ସଂପର୍କରେ ସେମାନେ ପିଏଚ୍‌ଡି ସଂପର୍କରେ ଓପିଏସ୍‌ସି ଆବଶ୍ୟକ କରୁଥିବା ବିବରଣୀ ଅଣ୍ଡରଟେକିଂ ମାଧ୍ୟମରେ ଦାଖଲ କରିବେ ବୋଲି କୁହାଯାଇଛି। କିନ୍ତୁ ନେଟ୍‌, ସେଟ୍‌, ସ୍ଲେଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ପିଏଚ୍‌ଡି ସଂପର୍କିତ ବିବରଣୀ ଦାଖଲ ବାଧ୍ୟତାମୂଳକ କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ୟୁଜିସିର ନିୟମ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସ୍ନାତକୋତ୍ତର ସହିତ ନେଟ୍‍, ସ୍ଲେଟ୍‍ ତଥା ସେଟ୍‍ ସର୍ବନିମ୍ନ ଆବଶ୍ୟକତା ଅଟେ। ନେଟ୍‍, ସ୍ଲେଟ୍‍ କିମ୍ବା ସେଟ୍‍ ନ ଥାଇ ପିଏଚଡି କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଯୋଗ୍ୟ ହୋଇ ପାରିବେ। ତେବେ ୨୦୧୬ ମସିହା ମେ ୪ ତାରିଖରେ ଭାରତୀୟ ରାଜପତ୍ରରେ ୟୁଜିସି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇଥିଲା। ପରିବର୍ତ୍ତିତ ନିୟମରେ ୨୦୦୯ ମସିହା ଜୁଲାଇ ମାସ ପୂର୍ବରୁ ପିଏଚଡି ସମ୍ପୂର୍ଣ୍ଣ କରିଥିବା କିମ୍ବା ପିଏଚଡି ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ବେଳେ ‘ଅଣ୍ଡରଟେକିଂ’ ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ସମ୍ପୃକ୍ତ ଛାତ୍ରଛାତ୍ରୀ ପିଏଚଡି କରିଥିବା ବିଶ୍ୱବିଦ୍ୟାଳୟର କୁଳପତି, ଉପ କୁଳପତି କିମ୍ବା ଡିନ୍‍ଙ୍କ ଠାରୁ ଅଣ୍ଡରଟେକିଂ ଆଣି ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ସେହି ସମୟସୀମା ମଧ୍ୟରେ ପିଏଚଡି କରିବା ସହିତ ନେଟ୍‍, ସ୍ଲେଟ୍‍ କିମ୍ବା ସେଟ୍‍ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅଣ୍ଡରଟେକିଂ ଆବଶ୍ୟକ ନୁହଁ ବୋଲି ମଧ୍ୟ ୟୁଜିସି ଦର୍ଶାଇଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ଓପିଏସସି ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ଚୟନ ପ୍ରକ୍ରିୟା ଚାଲିଥିବାବେଳେ କର୍ତ୍ତୃପକ୍ଷ ୟୁଜିସିର ଉପରୋକ୍ତ ନିୟମକୁ ଉପେକ୍ଷା କରୁଛନ୍ତି। ଆଶାୟୀ ପ୍ରାର୍ଥୀଙ୍କ ନିକଟରେ ୨୦୦୯ ମସିହା ଜୁଲାଇ ପୂର୍ବର ପିଏଚଡି ଏବଂ ନେଟ୍‍, ସ୍ଲେଟ୍‍ ଆଦିର ପ୍ରମାଣପତ୍ର ଥାଇ ମଧ୍ୟ ସେମାନଙ୍କୁ ‘ଅଣ୍ଡରଟେକିଂ’ ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ୟୁଜିସିର ନିୟମକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ‘ଅଣ୍ଡରଟେକିଂ’ ପ୍ରାତି ଧ୍ୟାନ ଦେଇ ନ ଥିବାବେଳେ କାଗଜପତ୍ର ଯାଞ୍ଚର ସ୍ୱଳ୍ପ ସମୟ ମଧ୍ୟରେ ସେମାନେ ଅଣ୍ଡରଟେକିଂ କିପରି ଦାଖଲ କରିବେ ସେନେଇ ସମସ୍ୟା ଉପୁଜିଛି। ଅଧିକାଂଶ ଆଶାୟୀ ମୁଖ୍ୟତଃ ଜେଏନୟୁ, ଦିଲ୍ଲୀ, ପଣ୍ଡିଚେରୀ, ହାଇଦ୍ରାବାଦ୍‍, ରାଜସ୍ଥାନ ଭଳି ଦୂରଦୂରାନ୍ତ ବିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ହାସଲ କରିଥିବାବେଳେ ହଠାତ୍‍ ସେମାନେ ବିଶ୍ୱବିଦ୍ୟାଳୟର ଅଣ୍ଡରଟେକିଂ କିପରି ଆଣିବେ ସେ ନେଇ ସମସ୍ୟା ଉପୁଜିଛି। ଏଥି ସହିତ ୟୁଜିସିର ନିର୍ଦ୍ଦେଶନାମାକୁ ଉପେକ୍ଷା କରୁଥିବା ଓପିଏସ୍‍ସିର ଏତାଦୃଶ କାର୍ଯ୍ୟପନ୍ଥାକୁ ନେଇ ମଧ୍ୟ ଆଶାୟୀ ଦୃଢ଼ ନାପସନ୍ଦ କରିଛନ୍ତି। ସମ୍ପୃକ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୟୁଜିସିର ନିୟମ ଅନୁଯାୟୀ ଓପିଏସ୍‍ସି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଆଶାୟୀ ପ୍ରର୍ଥୀମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ୟୁଜିସି ନିୟମର ଉଲ୍ଲଂଘନ କରାଯାଇ ମେଧାବୀଙ୍କୁ ସେମାନଙ୍କ ହକ୍‌ରୁ ବଞ୍ଚିତ କରାଯାଉଥିବା ନେଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ନିକଟରେ ମଧ୍ୟ ଓପିଏସ୍‍ସି ଆସୋସିଏଟ୍‍ ପ୍ରଫେସର ନିଯୁକ୍ତି ପାଇଁ ୟୁଜିସି ନିୟମର ଉଲ୍ଲଂଘନ କରୁଥିଲା। ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସହିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ନାତକୋତ୍ତର ସ୍ତରରେ ପାଇଥିବା ମାର୍କରେ ୫ ପ୍ରତିଶତ କୋହଳ ନିୟମକୁ ଲାଗୁ କରି ନ ଥିଲା। ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଓପିଏସସି ପୁନଃ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ଓପିଏସସିର ଏପରି ମନମୁଖÒ ପଦକ୍ଷେପକୁ ନେଇ ସାଧାରଣରେ ତୀବ୍ର ଆସନ୍ତୋଷ ତେଜିବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର