ନାମଲେଖା ଫି’ ଫେରସ୍ତ ନେଇ ସ୍ୱତନ୍ତ୍ର ନୀତି ଆଣିଲା ୟୁଜିସି, ସେପ୍ଟେମ୍ବର ଶେଷ ସୁଦ୍ଧା ସିଟ୍‌ ଛାଡ଼ିଲେ ଶତ ପ୍ରତିଶତ ଫି’ ଫେରସ୍ତ

The Sakala Picture
Published On

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖାଇ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଧ କଲେ ତୁରନ୍ତ ଫେରସ୍ତ ହେବ ନାମଲେଖା ଫି’। ସିଟ୍‌ ଛାଡ଼ିଲେ ମଧ୍ୟ ନାମଲେଖା ଫି’ ଫେରସ୍ତ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ବହୁ ଅଭିଯୋଗ ହେଉଥିଲା। ଏଣୁ ଏଥିପାଇଁ ସ୍ୱତନ୍ତ୍ର ନୀତି ଆଣିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି। ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଧ ପାଇଁ ଆବେଦନ […]

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖାଇ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ରଦ୍ଧ କଲେ ତୁରନ୍ତ ଫେରସ୍ତ ହେବ ନାମଲେଖା ଫି’। ସିଟ୍‌ ଛାଡ଼ିଲେ ମଧ୍ୟ ନାମଲେଖା ଫି’ ଫେରସ୍ତ କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାତ୍ରାଧିକ ବିଳମ୍ବ କରୁଥିବା ନେଇ ବହୁ ଅଭିଯୋଗ ହେଉଥିଲା। ଏଣୁ ଏଥିପାଇଁ ସ୍ୱତନ୍ତ୍ର ନୀତି ଆଣିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି। ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଧ ପାଇଁ ଆବେଦନ କଲେ ସେମାନଙ୍କୁ ଶତ ପ୍ରତିଶତ ଫି ଫେରସ୍ତ କରାଯିବ। ସେହିପରି ଅକ୍ଟୋବର ଶେଷ ସୁଦ୍ଧା ଆବେଦନ କଲେ ପ୍ରୋସେସିଙ୍ଗ୍‌ ଫି ବାବଦକୁ ସର୍ବାଧିକ ହଜାରେ ଟଙ୍କା କାଟି ଫେରସ୍ତ କରାଯିବ। ଏହାଠାରୁ ଅଧିକ କାଟି ପାରିବେନି ବୋଲି ୟୁଜିସି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସେହିପରି ଅକ୍ଟୋବର ପରେ ନାମଲେଖା ସୂଚୀ ଥିଲେ ତଦନୁଯାୟୀ ଫି’ ଫେରସ୍ତ କରାଯିବ। ବିଜ୍ଞପ୍ତିରେ ଦର୍ଶାଯାଇଥିବା ନାମଲେଖା ଶେଷ ତାରିଖର ୧୫ ଦିନ ବା ତା ପୂର୍ବରୁ ସିଟ୍‌ ଛାଡ଼ିଲେ ସମ୍ପୁର୍ଣ୍ଣ ଫି’ ଫେରସ୍ତ କରାଯିବ। ନାମଲେଖା ଅବଧି ସରିବାର ୧୫ ଦିନ ପୂର୍ବରୁ ଆବେଦନ କଲେ ୯୦ ପ୍ରତିଶତ ଫି ଫେରସ୍ତ କରାଯିବ। ସେହିପରି ନାମଲେଖା ଅବଧି ସରିବାର ୧୫ ଦିନ ମଧ୍ୟରେ ଆବେଦନ କଲେ ୮୦ ପ୍ରତିଶତ ଏବଂ ଅବଧି ସରିବାର ୧୫ ରୁ ୩୦ ଦିନ ମଧ୍ୟରେ ଆବେଦନ କଲେ ୫୦ ପ୍ରତିଶତ ଫ’ ଫେରସ୍ତ ହେବ। ନାମଲେଖା ଅବଧି ସରିବାର ମାସେ ବା ୩୦ଦିନ ପରେ ଅନ୍ୟତ୍ର ସ୍ଥାନାନ୍ତର ବା ନାମଲେଖା ରଦ୍ଧ କରିବା ପାଇଁ ଆବେଦନ କଲେ କୌଣସି ଫି’ ଫେରସ୍ତ ହେବ ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଛି। ଫି’ ଫେରସ୍ତ କରିବା ସଂକ୍ରାନ୍ତରେ ଗତ ମେ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ୟୁଜିସିର ୫୮୦ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୟୁଜିସି ଅଧିନରେ ଥିବା କେନ୍ଦ୍ରୀୟ ବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଏହାକୁ ପାଳନ କରିବେ। ନିୟମର ଖିଲାପ କଲେ ମାନ୍ୟତା ରଦ୍ଧ କରିବା ପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର