ଆସନ୍ତା ୧୩ରୁ ୟୁଜି ଓ ୧୭ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ ପାଠପଢ଼ା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ପାଠପଢ଼଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅକ୍ଟୋବର ୧୩ ତାରିଖରୁ +୩(ସ୍ନାତକ) ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ୧୭ ତାରିଖରୁ ପିଜି ପାଠ ପଢ଼଼ା ଆରମ୍ଭ ହେବ। ଫିଜିକାଲ୍‍ ମୋଡରେ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବାକୁ […]

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ପାଠପଢ଼଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅକ୍ଟୋବର ୧୩ ତାରିଖରୁ +୩(ସ୍ନାତକ) ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ୧୭ ତାରିଖରୁ ପିଜି ପାଠ ପଢ଼଼ା ଆରମ୍ଭ ହେବ। ଫିଜିକାଲ୍‍ ମୋଡରେ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ପିଲାଙ୍କ ପାଇଁ ହଷ୍ଟେଲଗୁଡ଼ିକ ଖୋଲିବା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଅପରପକ୍ଷେ ବିଭିନ୍ନ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକ(+୩) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୯ ତାରିଖ ଯାଏଁ ଆବେଦନ ଚାଲିବ। ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୮ରୁ ୩୧ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ୨୮ରୁ ୧ ତାରିଖ ଯାଏଁ ସ୍ଲାଇଡଅପ୍‍ ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ନଭେମ୍ବର ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ନାମ ଲେଖା ସମୟରେ ଫି ଦାଖଲ କରା ନ ଯାଇ ବିଭାଗ ପକ୍ଷରୁ ଫି ଦାଖଲ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

08 Oct 2022 By The Sakala

ଆସନ୍ତା ୧୩ରୁ ୟୁଜି ଓ ୧୭ରୁ ଆରମ୍ଭ ହେବ ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟର ସମସ୍ତ ଡିଗ୍ରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ୟୁଜି(ସ୍ନାତକ) ଏବଂ ପିଜି(ସ୍ନାତକୋତ୍ତର) ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ପାଠପଢ଼଼ା ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅକ୍ଟୋବର ୧୩ ତାରିଖରୁ +୩(ସ୍ନାତକ) ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ୧୭ ତାରିଖରୁ ପିଜି ପାଠ ପଢ଼଼ା ଆରମ୍ଭ ହେବ। ଫିଜିକାଲ୍‍ ମୋଡରେ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବାକୁ ଥିବାବେଳେ ପିଲାଙ୍କ ପାଇଁ ହଷ୍ଟେଲଗୁଡ଼ିକ ଖୋଲିବା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଅପରପକ୍ଷେ ବିଭିନ୍ନ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକ(+୩) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୧୯ ତାରିଖ ଯାଏଁ ଆବେଦନ ଚାଲିବ। ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୮ରୁ ୩୧ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ସେହିପରି ୨୮ରୁ ୧ ତାରିଖ ଯାଏଁ ସ୍ଲାଇଡଅପ୍‍ ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଇଥିବାବେଳେ ନଭେମ୍ବର ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ନାମ ଲେଖା ସମୟରେ ଫି ଦାଖଲ କରା ନ ଯାଇ ବିଭାଗ ପକ୍ଷରୁ ଫି ଦାଖଲ ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର