କଲେଜ ସମ୍ମୁଖରେ +୨ ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁଇ ଯୁବକ

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି କଲେଜ୍ ସମ୍ମୁଖରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଛି ବାହାର ଯୁବକ ଆକ୍ରମଣ କରିଥିବା ଜଣା ପଡିଛି l ସ୍ଥାନୀୟ ଲୋକେ ଓ ସହପାଠୀ ଛାତ୍ରଛାତ୍ରୀମାନେ ଆହତ ହୋଇଥିବା ଛାତ୍ରୀକୁ ପୋଡ଼ାମାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି  l ଖବର ପାଇ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ +୨ ଛାତ୍ରୀଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । 

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ ରାସ୍ତା ପର୍ଯ୍ୟଟକଙ୍କ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp