କଲେଜ ସମ୍ମୁଖରେ +୨ ଛାତ୍ରୀଙ୍କୁ ଆକ୍ରମଣ କଲେ ଦୁଇ ଯୁବକ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି କଲେଜ୍ ସମ୍ମୁଖରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଛି ବାହାର ଯୁବକ ଆକ୍ରମଣ କରିଥିବା ଜଣା ପଡିଛି l ସ୍ଥାନୀୟ ଲୋକେ ଓ ସହପାଠୀ ଛାତ୍ରଛାତ୍ରୀମାନେ ଆହତ ହୋଇଥିବା ଛାତ୍ରୀକୁ ପୋଡ଼ାମାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ପୋଡ଼ାମାରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକ ଦୁଇ ଜଣ ଫେରାର ଥିବା ଜଣାପଡିଛି । ତେବେ +୨ ଛାତ୍ରୀଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।





