ପଞ୍ଚୁକ ବୁଡ଼ ପକାଇବାକୁ ଯାଇ ଘୋଡ଼ାହାଡ଼ ନଦୀରେ ବୁଡି ଦୁଇ ମହିଳା ମୃତ

Madhusudan Das Picture
Published On

ଦିଗପହଣ୍ଡି: ପଞ୍ଚୁକ ବୁଡ଼ ପାଇଁ ନଦକୁ ଯାଇଥିବା ବେଳେ ଅଘଟଣ। ବୁଡ଼ ପକାଇବାବେଳେ ନଦୀରେ ଭାସିଯାଇ ଦୁଇଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ମୃତକ ମହିଳା ଦୁଇଜଣ ହେଲେ ସବିତା ଗୌଡ଼ ଏବଂ ଲଳିତ ପାଢ଼ୀ । ଦିଗପହଣ୍ଡି ଖମାରିଗାଁ ପଞ୍ଚାୟତ ସେବକ ଟିକରପଡା ଘୋଡ଼ାହାଡ଼ ନଦୀରେ ବୁଡ଼ ପକାଉଥିବା ବେଳେ ଭାସି ଯାଇଥିଲେ ମହିଳା । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ମୃତକଙ୍କ ମୃତଦେହକୁ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାତି ତିନିଟାରେ ବୁଡ଼ ପାଇଁ ୪୦ଜଣ ମହିଳା ନଦୀକୁ ଯାଇଥିବା ବେଳେ ନଦୀ ଗଣ୍ଡରେ ଭାସି ଯାଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଟିକରପଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: Cyclone Montha live updates: ବାତ୍ୟା 'ମୋନ୍ଥା'କୁ ନେଇ ବିଏମସିର ପ୍ରସ୍ତୁତି, ୟେଲୋ ଜୋନରେ ରହିଛି ଖୋର୍ଦ୍ଧା ଜିଲ୍ଲା...

Join Us @ WhatsApp

About The Author

Google News
Join Us @ WhatsApp