ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ୱେବ୍ ସାମ୍ବାଦିକ ଗିରଫ
ଉମରକୋଟ : ଜଣେ ସ୍କୁଲ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କଠାରୁ ବଟି ଆଦାୟ କରିବା ମାମଲାରେ ଉମରକୋଟ ପୁଲିସ ଦୁଇ ୱେବ୍ ଚ୍ୟାନେଲ ପ୍ରତିନିଧି ଜିତେନ୍ଦ୍ର ଦାଶ, ଶଙ୍କର ପ୍ରସାଦ ତୁରୁକୁଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ୱେବ୍ ପ୍ରତିନିଧି ଫେରାର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନାୟକଗୁଡ଼ା ଗ୍ରାମର ଦମାଡୁ ବଞ୍ଜାରାଙ୍କ ପୁଅ କମଳ ବଞ୍ଜାରା ଗତ ୩ ତାରିଖ ଶୁକ୍ରବାର ଦିନ ନାୟକଗୁଡା ବିଦ୍ୟାଳୟକୁ […]
ଉମରକୋଟ : ଜଣେ ସ୍କୁଲ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କଠାରୁ ବଟି ଆଦାୟ କରିବା ମାମଲାରେ ଉମରକୋଟ ପୁଲିସ ଦୁଇ ୱେବ୍ ଚ୍ୟାନେଲ ପ୍ରତିନିଧି ଜିତେନ୍ଦ୍ର ଦାଶ, ଶଙ୍କର ପ୍ରସାଦ ତୁରୁକୁଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ୱେବ୍ ପ୍ରତିନିଧି ଫେରାର ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନାୟକଗୁଡ଼ା ଗ୍ରାମର ଦମାଡୁ ବଞ୍ଜାରାଙ୍କ ପୁଅ କମଳ ବଞ୍ଜାରା ଗତ ୩ ତାରିଖ ଶୁକ୍ରବାର ଦିନ ନାୟକଗୁଡା ବିଦ୍ୟାଳୟକୁ ଯାଇଥିବା ବେଳେ ସେ ଅନ୍ୟ ବିଦ୍ୟାଳୟରେ ପଢୁଥିବା ଏବଂ ତାଙ୍କ ବିଦ୍ୟାଳୟରେ କମଳଙ୍କ ନାଁ ନ ଥିବାରୁ ଘରକୁ ପଠାଇ ଦେଇଥିଲୋ ତେବେ ଏଥିରେ କମଳଙ୍କ ପିତା ଉତ୍ତେଜିତ ହୋଇ ସହକାରୀ ଶିକ୍ଷକଙ୍କୁ ବିଭିନ୍ନ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଏନେଇ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭକ୍ତ ନାୟକଙ୍କୁ ଜଣାଇବା ପରେ ବୈଠକ ଡକାଯାଇ ଦମାଡୁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଦମାଡୁ ଉମରକୋଟ ଅଞ୍ଚଳର ୩ ୱେବ୍ ଚ୍ୟାନେଲ ପ୍ରତିନିଧି ଜିତେନ୍ଦ୍ର ଦାଶ, ନିଗମ ସାହୁ, ଶଙ୍କର ପ୍ରସାଦ ତୁରୁକଙ୍କୁ ଡକାଇ ସେମାନଙ୍କ ମାଧ୍ୟମରେ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ରାଉତଙ୍କୁ ଧମକ ଚମକ ଦେଇଥିଲେ। ୩ ୱେବ୍ ଚ୍ୟାନେଲ ପ୍ରତିନିଧି ତାଙ୍କଠାରୁ ଜବରଦସ୍ତ ୫୦ ହଜାର ଟଙ୍କା ମାଗିଥିଲେ। ଭୟଭୀତ ହୋଇ ଶିକ୍ଷକ ଜଣକ ୟୁପିଆଇ ମାଧ୍ୟମରେ ପ୍ରଥମେ ଜିତେନ୍ଦ୍ର ଦାଶଙ୍କୁ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ନିଗମ ଦାସ ପୁଣି ଥରେ ୫ ହଜାର ଟଙ୍କା ତାଙ୍କ ହାତରୁ ନେଇଥିଲେ। ଶେଷରେ ବାଧ୍ୟ ହୋଇ ପ୍ରଧାନ ଶିକ୍ଷକ ଉମରକୋଟ ଥାନାରେ ଉକ୍ତ ତିନି ୱେବ୍ ଚ୍ୟାନେଲ ପ୍ରତିନିଧି ଏବଂ କମଳ ବଞ୍ଜାରାଙ୍କ ନାମରେ ଅଭିଯୋଗ କରିଥିଲେ ।