ହକି ବିଶ୍ୱକପ୍‌ ପାଇଁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଗଡ଼ିବ ୨ ସ୍ୱତନ୍ତ୍ର ଟ୍ରେନ୍‌‌

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଏକ ସମୟରେ ଅନୁଷ୍ଠିତ ହକି ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌‌ ହକି ବିଶ୍ୱକପ୍‌‌ ଅବଧି ମଧ୍ୟରେ ଚଳାଚଳ କରିବ। ନିୟମିତ ଚଳାଚଳ କରୁଥିବା ୫ଟି ଟ୍ରେନ୍‌‌ ସହ ଏହି ଦୁଇଟି ଟ୍ରେନ୍‌‌ ଯାତାୟତ କରିବ। ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ହକିପ୍ରେମୀଙ୍କ ଯାତ୍ରା ପାଇଁ ଏହା ଏକ ବଡ଼ ସୁଯୋଗ ଓ ସୁବିଧା ସୃଷ୍ଟି କରିବ । […]

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଏକ ସମୟରେ ଅନୁଷ୍ଠିତ ହକି ବିଶ୍ୱକପ୍‌‌କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍‌‌ ହକି ବିଶ୍ୱକପ୍‌‌ ଅବଧି ମଧ୍ୟରେ ଚଳାଚଳ କରିବ। ନିୟମିତ ଚଳାଚଳ କରୁଥିବା ୫ଟି ଟ୍ରେନ୍‌‌ ସହ ଏହି ଦୁଇଟି ଟ୍ରେନ୍‌‌ ଯାତାୟତ କରିବ। ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ହକିପ୍ରେମୀଙ୍କ ଯାତ୍ରା ପାଇଁ ଏହା ଏକ ବଡ଼ ସୁଯୋଗ ଓ ସୁବିଧା ସୃଷ୍ଟି କରିବ । FIH ହକି ପୁରୁଷ ବିଶ୍ବକପ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏହି ଟ୍ରେନ ଚଳାଚଳ କରିବ ପୂର୍ବତଟ ରେଳପଥ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସୂଚନା ଅନୁସାରେ ୦୨୮୩୪ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ଜାନୁଆରୀ ୧୪ରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ସଂଧ୍ୟା ୮.୨୫ ସମୟରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ୦୨୮୩୩ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ୧୫ରୁ ୩୧ ତାରିଖ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ରାତି ୧୧.୨୫ ସମୟରେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ଏହି ଟ୍ରେନ୍‌‌ରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ଆଠଟି ସ୍ଲିପର୍‌‌ କ୍ଳାସ୍‌‌, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍‌‌ ଭ୍ୟାନ୍‌‌ ଉପଲବ୍ଧ। ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ବର କଟକ, ଢ଼େଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଆଦି ଷ୍ଟେସନ୍‌‌ରେ ରହଣି କରିବ। ଅପରପକ୍ଷେ ୦୨୮୩୬/୦୨୮୩୫ ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ ୧୪ରୁ ୩୧ ତାରିଖ ମଧ୍ୟରେ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ୍‌‌ ପୁରୀରୁ ସକାଳ ୫.୧୫ ସମୟରେ ଛାଡ଼ି ଅପରାହ୍ନ ୧୨.୪୫ରେ ରାଉରକେଲାରେ ପହଞ୍ଚିବ। ଫେରିବା ବାଟରେ ଏହା ରାଉରକେଲାରୁ ଅପରାହ୍ନ ୧.୩୦ରେ ଛାଡ଼ି ପୁରୀରେ ରାତି ୧୦.୩୦ ସମୟରେ ପହଞ୍ଚିବ। ଉଭୟ ପାର୍ଶ୍ବରୁ ଏହା ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଳପୁର ସିଟି, ଝାରସୁଗୁଡ଼ା, ରାଜଗାଙ୍ଗପୁର ଷ୍ଟେସନ୍‌‌ରେ ରହିବ। ଏଥିରେ ଦୁଇଟି ଏସି-୩ ଟାୟାର, ତିନିଟି ସ୍ଲିପର୍‌‌ କ୍ଲାସ୍‌‌, ୬ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ ତଥା ଲଗେଜ୍‌‌ ଭ୍ୟାନ୍‌‌ ରହିବ। ଏହା ବ୍ୟତୀତ ୦୨୮୩୨-୦୮୨୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ଧନବାଦ-ରାଉରକେଲା ମଧ୍ୟରେ ଚଳାଚଳ କରୁଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସେହିପରି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌‌, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌‌, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ୍‌‌ ଗୁଡିକ ଦୈନିକ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଚଳାଚଳ କରୁଛି। ଏଥିସହ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌‌ ଭାୟା ଅନୁଗୁଳ, ଝାରସୁଗୁଡ଼ା ଏବଂ ଭୁବନେଶ୍ୱର-ଆନନ୍ଦ ବିହାର ଏକ୍ସପ୍ରେସ୍‌‌ ଟ୍ରେନ୍‌‌ ଭାୟା ଅନୁଗୁଳ, ଝାରସୁଗୁଡ଼ା ମଧ୍ୟ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚଳାଚଳ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର