ବଜ୍ରପାତରେ ଦୁଇ ବ୍ୟକ୍ତି ଗୁରୁତର, ୩ ଗୃହପାଳିତ ପଶୁ ମୃତ

The Sakala Picture
Published On

ବୋଲଗଡ : ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ଜରିପଡା ଗ୍ରାମଠାରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ତିନୋଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି | ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସନ୍ତୋଷ ବେହେରା (41)ଘଡଘଡ଼ି ସହ ବର୍ଷା ଆସିବାରୁ ଗହୀରରେ ଚରାଉଥିବା ତାଙ୍କର ଗୋଟିଏ ଗାଈ, ଗୋଟିଏ ବଳଦ ଓ ମେଣ୍ଢା କୁ ନେଇ ଘରକୁ ଫେରୁଥିଲେ ମାତ୍ର ପ୍ରବଳ ମାତ୍ରରେ ବର୍ଷା ସହିତ ବଜ୍ରପାତ ହେବାଫଳରେ ଗୋରୁ ଗୁଡିକ […]

ବୋଲଗଡ : ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ଜରିପଡା ଗ୍ରାମଠାରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ତିନୋଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି | ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସନ୍ତୋଷ ବେହେରା (41)ଘଡଘଡ଼ି ସହ ବର୍ଷା ଆସିବାରୁ ଗହୀରରେ ଚରାଉଥିବା ତାଙ୍କର ଗୋଟିଏ ଗାଈ, ଗୋଟିଏ ବଳଦ ଓ ମେଣ୍ଢା କୁ ନେଇ ଘରକୁ ଫେରୁଥିଲେ ମାତ୍ର ପ୍ରବଳ ମାତ୍ରରେ ବର୍ଷା ସହିତ ବଜ୍ରପାତ ହେବାଫଳରେ ଗୋରୁ ଗୁଡିକ ଏକ ବର ଗଛ ଠାରେ ଅଟକି ରହିଥିଲେ | ସେହି ସମୟରେ ବଜ୍ରପାତହେବା ଯୋଗୁ ସେଠାରେ ଥିବା ଗାଈ, ବଳଦ, ମେଣ୍ଢା ଏପରି ତିନୋଟୋ ଜାକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ବେହେରା ଗୁରୁତର ହୋଇପଡ଼ିଥିଲେ | ଅନ୍ୟ ପକ୍ଷରେ ସେହିଗ୍ରାମର ପାର୍ବତୀ ମଲିକ (29) ତାଙ୍କ ଘରେ ଥିବାବେଳେ ବଜ୍ରପାତ ରେ ଗୁରୁତର ହୋଇଯାଇଛନ୍ତି | ପାର୍ବତୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାଙ୍କୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ତେଵେ ବଜ୍ରପାତ ରେ ଗୁରୁତର ହୋଇପଡିଥିବା ସନ୍ତୋଷ ଗ୍ରାମରେ ପ୍ରଥାମିକ ଚିକିତ୍ସା ପରେ ସୁସ୍ଥ ହେଇଥିବାର କୁହାଯାଇଛି |

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

07 Jun 2021 By The Sakala

ବଜ୍ରପାତରେ ଦୁଇ ବ୍ୟକ୍ତି ଗୁରୁତର, ୩ ଗୃହପାଳିତ ପଶୁ ମୃତ

ବୋଲଗଡ : ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ଜରିପଡା ଗ୍ରାମଠାରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ତିନୋଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି | ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସନ୍ତୋଷ ବେହେରା (41)ଘଡଘଡ଼ି ସହ ବର୍ଷା ଆସିବାରୁ ଗହୀରରେ ଚରାଉଥିବା ତାଙ୍କର ଗୋଟିଏ ଗାଈ, ଗୋଟିଏ ବଳଦ ଓ ମେଣ୍ଢା କୁ ନେଇ ଘରକୁ ଫେରୁଥିଲେ ମାତ୍ର ପ୍ରବଳ ମାତ୍ରରେ ବର୍ଷା ସହିତ ବଜ୍ରପାତ ହେବାଫଳରେ ଗୋରୁ ଗୁଡିକ ଏକ ବର ଗଛ ଠାରେ ଅଟକି ରହିଥିଲେ | ସେହି ସମୟରେ ବଜ୍ରପାତହେବା ଯୋଗୁ ସେଠାରେ ଥିବା ଗାଈ, ବଳଦ, ମେଣ୍ଢା ଏପରି ତିନୋଟୋ ଜାକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ବେହେରା ଗୁରୁତର ହୋଇପଡ଼ିଥିଲେ | ଅନ୍ୟ ପକ୍ଷରେ ସେହିଗ୍ରାମର ପାର୍ବତୀ ମଲିକ (29) ତାଙ୍କ ଘରେ ଥିବାବେଳେ ବଜ୍ରପାତ ରେ ଗୁରୁତର ହୋଇଯାଇଛନ୍ତି | ପାର୍ବତୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାଙ୍କୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ତେଵେ ବଜ୍ରପାତ ରେ ଗୁରୁତର ହୋଇପଡିଥିବା ସନ୍ତୋଷ ଗ୍ରାମରେ ପ୍ରଥାମିକ ଚିକିତ୍ସା ପରେ ସୁସ୍ଥ ହେଇଥିବାର କୁହାଯାଇଛି |

https://www.thesakala.in/latest-odisha-news/two-people-were-seriously-injured-in-the-lightning-strike-and-three-domestic-animals-were-killed/article-2763
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର