ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

The Sakala Picture
Published On

ବୈପାରୀଗୁଡା: ପୋଖରୀରେ ବୁଡି ଗୋଟିଏ ଗାଁର ୨ ଜଣ ନାବାଳିକାଙ୍କ ମୃତ୍ୟୁ । ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଘଟିଛି । ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଗାଇପଦର ଗ୍ରାମର କେଶବ ଖିଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ନଦିନୀ ଖିଲ ଏବଂ ଲଷ୍ମୀଣ ଗୋଲାରୀଙ୍କ ଚାରି ବର୍ଷର ଶିଶୁକନ୍ୟା ମଙ୍ଗଳଦେଇ ଗୋଲାରୀ ନିଜ ସହପାଠୀଙ୍କ […]

ବୈପାରୀଗୁଡା: ପୋଖରୀରେ ବୁଡି ଗୋଟିଏ ଗାଁର ୨ ଜଣ ନାବାଳିକାଙ୍କ ମୃତ୍ୟୁ । ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଘଟିଛି । ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଗାଇପଦର ଗ୍ରାମର କେଶବ ଖିଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ନଦିନୀ ଖିଲ ଏବଂ ଲଷ୍ମୀଣ ଗୋଲାରୀଙ୍କ ଚାରି ବର୍ଷର ଶିଶୁକନ୍ୟା ମଙ୍ଗଳଦେଇ ଗୋଲାରୀ ନିଜ ସହପାଠୀଙ୍କ ସହ ପ୍ରତିଦିନ ଭଳି ଗାଁ ନିକଟରେ ଥିବା ପୋଖରୀରେ ଗାଧେଇବାକୁ ଯାଇଥିଲେ । ହେଲେ ଗତ କାଲିର ଭୀଷଣ ବର୍ଷା ଯୋଗୁଁ ଗଭୀର ପୋଖରୀରେ ୨ ଶିଶୁ କନ୍ୟା ବୁଡିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୈପାରୀଗୁଡା ଅଗ୍ନିଶମ ବିଭାଗ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିବା ବେଳେ ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ପହଂଚି ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

05 Nov 2021 By The Sakala

ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ

ବୈପାରୀଗୁଡା: ପୋଖରୀରେ ବୁଡି ଗୋଟିଏ ଗାଁର ୨ ଜଣ ନାବାଳିକାଙ୍କ ମୃତ୍ୟୁ । ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ମାଠପୋଡା ପଂଚାୟତର ଗୋଇପଦର ଗ୍ରାମରେ ଘଟିଛି । ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଗାଇପଦର ଗ୍ରାମର କେଶବ ଖିଲଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ନଦିନୀ ଖିଲ ଏବଂ ଲଷ୍ମୀଣ ଗୋଲାରୀଙ୍କ ଚାରି ବର୍ଷର ଶିଶୁକନ୍ୟା ମଙ୍ଗଳଦେଇ ଗୋଲାରୀ ନିଜ ସହପାଠୀଙ୍କ ସହ ପ୍ରତିଦିନ ଭଳି ଗାଁ ନିକଟରେ ଥିବା ପୋଖରୀରେ ଗାଧେଇବାକୁ ଯାଇଥିଲେ । ହେଲେ ଗତ କାଲିର ଭୀଷଣ ବର୍ଷା ଯୋଗୁଁ ଗଭୀର ପୋଖରୀରେ ୨ ଶିଶୁ କନ୍ୟା ବୁଡିଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବୈପାରୀଗୁଡା ଅଗ୍ନିଶମ ବିଭାଗ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିବା ବେଳେ ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ପହଂଚି ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର