ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

Madhusudan Das Picture
Published On

ଗଞ୍ଜାମ: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡି ଦୁଇ ନାବାଳିକା ସାଙ୍ଗ ମୃତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗାଁରେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ, ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଜଣେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ଅନ୍ୟ ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସେ ନିଜେ ବି ବୁଡ଼ିଯାଇଥିଲେ । ସ୍ଥାନୀୟଲୋକେ ଦେଖି ପାଣିରୁ ଜଣକୁ ଉଦ୍ଧାର କରିଥିଲେ ।  ଆଉ ଜଣକୁ ପାଇନଥିଲେ ।

ଆହୁରି ପଢ଼ନ୍ତୁ: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ୬ ଗୁରୁତର ଆହତ

ତେବେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । 

ଆହୁରି ପଢ଼ନ୍ତୁ: ସମ୍ବଲପୁର ଅବକାରୀ ବିଭାଗରେ ମହାଘୋଟାଲା: ୩.୬୭ କୋଟି ଟଙ୍କା ହେରଫେର୍, ୨ଗିରଫ

07 Apr 2026 By Madhusudan Das

ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

ଗଞ୍ଜାମ: ପୋଖରୀରେ ଗାଧୋଇବା ହେଲା କାଳ । ପାଣିରେ ବୁଡି ଦୁଇ ନାବାଳିକା ସାଙ୍ଗ ମୃତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ପତାଣ୍ଡ ଗାଁରେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ, ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଜଣେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ଅନ୍ୟ ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସେ ନିଜେ ବି ବୁଡ଼ିଯାଇଥିଲେ । ସ୍ଥାନୀୟଲୋକେ ଦେଖି ପାଣିରୁ ଜଣକୁ ଉଦ୍ଧାର କରିଥିଲେ ।  ଆଉ ଜଣକୁ ପାଇନଥିଲେ ।

ତେବେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର