ପାର୍କିଂକୁ ନେଇ ରାଜଧାନୀରେ ଘଟିଥିବା ଡବଲ୍‌‌ ମର୍ଡର ଘଟଣାରେ ଦୁଇ ମାଷ୍ଟର୍‌ମାଇଣ୍ଡ୍‌‌ ଗିରଫ

The Sakala Picture
Published On

ଭୁବନେଶ୍ୱର: ଗାଡ଼ିପାର୍କିଂକୁ ନେଇ ଏୟାରଫିଲ୍ଡ ଥାନା ଅଧୀନରେ ଘଟିଥିବା ଡବଲ ମର୍ଡର ଘଟଣାରେ କମିସନରେଟ୍‌‌ ପୁଲିସକୁ ସଫଳତା ମିଳିଛି। ଦୁଇ ବନ୍ଧୁ ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଓ ସମ୍ବିତ ରାଉତଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌‌ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେହିପରି ହତ୍ୟା କରିବା ପରେ ପ୍ରଦୀପ ଜଟଣୀ-ପିପିଲି ରାସ୍ତା ଦେଇ ପୁରୀ ପଳାଇଥିଲା। ପୁଲିସର ଗିରଫଦାରୀରୁ ବଞ୍ଚିବା ଲାଗି ସୁଚିନ୍ତିତ ଯୋଜନା କରିଥିଲା। […]

ଭୁବନେଶ୍ୱର: ଗାଡ଼ିପାର୍କିଂକୁ ନେଇ ଏୟାରଫିଲ୍ଡ ଥାନା ଅଧୀନରେ ଘଟିଥିବା ଡବଲ ମର୍ଡର ଘଟଣାରେ କମିସନରେଟ୍‌‌ ପୁଲିସକୁ ସଫଳତା ମିଳିଛି। ଦୁଇ ବନ୍ଧୁ ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଓ ସମ୍ବିତ ରାଉତଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌‌ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେହିପରି ହତ୍ୟା କରିବା ପରେ ପ୍ରଦୀପ ଜଟଣୀ-ପିପିଲି ରାସ୍ତା ଦେଇ ପୁରୀ ପଳାଇଥିଲା। ପୁଲିସର ଗିରଫଦାରୀରୁ ବଞ୍ଚିବା ଲାଗି ସୁଚିନ୍ତିତ ଯୋଜନା କରିଥିଲା। ନିଜ ଉପରୁ ପୁଲିସର ନଜର ହଟାଇବା ଲାଗି ନିଜ ବାଇକକୁ ପୁରୀ ବସ୍‌‌ଷ୍ଟାଣ୍ଟ ନିକଟରେ ରଖି ଫେରାର୍‌‌ ହୋଇଯାଇଥିଲା। ଯଦିଓ ବାଇକକୁ ପୁଲିସ ଠାବ କରିଥିଲା, କିନ୍ତୁ ପ୍ରଦୀପ ଖସିପଳାଇଥିଲା। ଶନିବାର ସ୍ପେଶାଲ ସ୍କ୍ୱାଡ୍‌‌ର ସହାୟତାରେ ଏୟାରଫିଲ୍ଡ ଥାନା ପୁଲିସ ଉଭୟଙ୍କୁ କାବୁ କରିବା ସହ ଦୁଇଟି ଗାଡ଼ି ଜବତ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନାଯୋଗ୍ୟ ଯେ, ସମ୍ବିତ କିଛିବର୍ଷ ହେଲା ଆନେକ୍ସ ଆପାର୍ଟମେଣ୍ଟରେ ଭଡ଼ାରେ ରହିବା ସହ ନିକଟରେ ଏକ ଚିକେନ୍‌‌ ଦୋକାନ କରିଥିଲେ। ସମ୍ବିତ ରୁମ୍‌‌ରେ ବହୁ ସମୟରେ ଜିତୁ ରହିବା ସହ ଭୋଜିଭାତ କରୁଥିଲା। ସମ୍ବିତର ପାର୍କିଂରେ ଜିତୁ ନିଜର ଗାଡି ଦୀର୍ଘଦିନ ହେବ ପାର୍କିଂ କରୁଥିବା ବେଳେ ଆପାର୍ଟମେଣ୍ଟର ସୁପରଭାଇଜର ଦାୟିତ୍ୱରେ ଥିବା ଅଭିଯୁକ୍ତ ଗଣେଶ ବିରୋଧ କରୁଥିଲା। ଏହାକୁ ନେଇ ବିବାଦ ଲାଗି ରହୁଥିଲା। ପୂର୍ବରୁ ବି ଗଣେଶ ଓ ଜିତୁର ପରିବାର ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ଝଗଡ଼ା ଲାଗି ରହୁଥିଲା। ଗତ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଉଭୟ ବନ୍ଧୁ ଦୋକାନରେ ଥିବା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜିତୁ ଓ ସମ୍ବିତକୁ ଅତି ବୀଭତ୍ସ ଭାବେ ହତ୍ୟା କରି ଅଭିଯୁକ୍ତମାନେ ଫେରାର୍‌‌ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

11 Aug 2024 By The Sakala

ପାର୍କିଂକୁ ନେଇ ରାଜଧାନୀରେ ଘଟିଥିବା ଡବଲ୍‌‌ ମର୍ଡର ଘଟଣାରେ ଦୁଇ ମାଷ୍ଟର୍‌ମାଇଣ୍ଡ୍‌‌ ଗିରଫ

ଭୁବନେଶ୍ୱର: ଗାଡ଼ିପାର୍କିଂକୁ ନେଇ ଏୟାରଫିଲ୍ଡ ଥାନା ଅଧୀନରେ ଘଟିଥିବା ଡବଲ ମର୍ଡର ଘଟଣାରେ କମିସନରେଟ୍‌‌ ପୁଲିସକୁ ସଫଳତା ମିଳିଛି। ଦୁଇ ବନ୍ଧୁ ରଶ୍ମିରଞ୍ଜନ ସେଠୀ ଓରଫ ଜିତୁ ଓ ସମ୍ବିତ ରାଉତଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ମାଷ୍ଟରମାଇଣ୍ଡ୍‌‌ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେହିପରି ହତ୍ୟା କରିବା ପରେ ପ୍ରଦୀପ ଜଟଣୀ-ପିପିଲି ରାସ୍ତା ଦେଇ ପୁରୀ ପଳାଇଥିଲା। ପୁଲିସର ଗିରଫଦାରୀରୁ ବଞ୍ଚିବା ଲାଗି ସୁଚିନ୍ତିତ ଯୋଜନା କରିଥିଲା। ନିଜ ଉପରୁ ପୁଲିସର ନଜର ହଟାଇବା ଲାଗି ନିଜ ବାଇକକୁ ପୁରୀ ବସ୍‌‌ଷ୍ଟାଣ୍ଟ ନିକଟରେ ରଖି ଫେରାର୍‌‌ ହୋଇଯାଇଥିଲା। ଯଦିଓ ବାଇକକୁ ପୁଲିସ ଠାବ କରିଥିଲା, କିନ୍ତୁ ପ୍ରଦୀପ ଖସିପଳାଇଥିଲା। ଶନିବାର ସ୍ପେଶାଲ ସ୍କ୍ୱାଡ୍‌‌ର ସହାୟତାରେ ଏୟାରଫିଲ୍ଡ ଥାନା ପୁଲିସ ଉଭୟଙ୍କୁ କାବୁ କରିବା ସହ ଦୁଇଟି ଗାଡ଼ି ଜବତ କରିଛି।

ସୂଚନାଯୋଗ୍ୟ ଯେ, ସମ୍ବିତ କିଛିବର୍ଷ ହେଲା ଆନେକ୍ସ ଆପାର୍ଟମେଣ୍ଟରେ ଭଡ଼ାରେ ରହିବା ସହ ନିକଟରେ ଏକ ଚିକେନ୍‌‌ ଦୋକାନ କରିଥିଲେ। ସମ୍ବିତ ରୁମ୍‌‌ରେ ବହୁ ସମୟରେ ଜିତୁ ରହିବା ସହ ଭୋଜିଭାତ କରୁଥିଲା। ସମ୍ବିତର ପାର୍କିଂରେ ଜିତୁ ନିଜର ଗାଡି ଦୀର୍ଘଦିନ ହେବ ପାର୍କିଂ କରୁଥିବା ବେଳେ ଆପାର୍ଟମେଣ୍ଟର ସୁପରଭାଇଜର ଦାୟିତ୍ୱରେ ଥିବା ଅଭିଯୁକ୍ତ ଗଣେଶ ବିରୋଧ କରୁଥିଲା। ଏହାକୁ ନେଇ ବିବାଦ ଲାଗି ରହୁଥିଲା। ପୂର୍ବରୁ ବି ଗଣେଶ ଓ ଜିତୁର ପରିବାର ମଧ୍ୟରେ ଜମିବାଡ଼ି ମାମଲାକୁ ନେଇ ଝଗଡ଼ା ଲାଗି ରହୁଥିଲା। ଗତ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଉଭୟ ବନ୍ଧୁ ଦୋକାନରେ ଥିବା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଜିତୁ ଓ ସମ୍ବିତକୁ ଅତି ବୀଭତ୍ସ ଭାବେ ହତ୍ୟା କରି ଅଭିଯୁକ୍ତମାନେ ଫେରାର୍‌‌ ହୋଇଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର