ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ, ୧୩ରୁ ପୁଣି ବଢ଼ିବ ବର୍ଷା…

The Sakala Picture
Published On

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବାଲେଶ୍ୱରରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିରେ ପଛକୁ ପଛ ଆଉ ଦୁଇଟି ଲଘୁଚାପ ଆସୁଥିବାରୁ ଆଗାମୀ ସପ୍ତାହରେ ସାରା ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧ। ପାଇବ। ଆସନ୍ତା ୧୩ ତାରିଖରେ ଗୋଟିଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପ ସମ୍ଭାବନା ଥିବାରୁ ରାଜ୍ୟର ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହେବାର […]

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବାଲେଶ୍ୱରରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହି ସ୍ଥିତିରେ ପଛକୁ ପଛ ଆଉ ଦୁଇଟି ଲଘୁଚାପ ଆସୁଥିବାରୁ ଆଗାମୀ ସପ୍ତାହରେ ସାରା ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧ। ପାଇବ। ଆସନ୍ତା ୧୩ ତାରିଖରେ ଗୋଟିଏ ଏବଂ ୨୩ ତାରିଖରେ ଆଉ ଗୋଟିଏ ଲଘୁଚାପ ସମ୍ଭାବନା ଥିବାରୁ ରାଜ୍ୟର ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ବର୍ଷା କମିଯାଇଛି। କାଁଭାଁ ସ୍ଥାନକୁ ଛାଡ଼ି ଉପକୂଳରେ ୭ ତାରିଖରୁ ପ୍ରାୟ ବର୍ଷା ନାହିଁ। ଆସନ୍ତା ୨ଦିନ ରାଜ୍ୟରେ କାଁଭାଁ ସ୍ୱଳ୍ପ ବର୍ଷା ହେବ। ତେବେ ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା କେନ୍ଦୁଝର ଓ ଭଦ୍ରକରେ ଅପେକ୍ଷାକୃତ ଅଧିକ ବର୍ଷା କରାଇବ। ୧୩ ଓ ୧୪ ତାରିଖରେ ରାଜ୍ୟରେ ମଧ୍ୟମଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

୧୫ରୁ ବର୍ଷା କ୍ରମଶଃ କମିବ। ପୁଣି ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢ଼ିପାରେ। ଆଜିଠାରୁ ୨୨ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ଅଧିକ ରହିଛି। ଆସନ୍ତା ୨୨ ପର୍ଯ୍ୟନ୍ତ ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିରେ ଯାହା ବର୍ଷା ହେବ, ତାହା କୃଷି ପାଇଁ କମିବ ନାହିଁ। ତେବେ ଅନ୍ୟାନ୍ୟ ସ୍ଥାନରେ ବିଶେଷକରି ଦକ୍ଷିଣ ଉପକୂଳରେ ବର୍ଷା ଚାଷ ପାଇଁ ନିଅଁଟିଆ ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳୀଠାରେ ୩ଲକ୍ଷ ୭୮ ହଜାର ୫୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର