ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ବେଳେ ହଙ୍ଗାମା: ବିଜେପି କର୍ମୀ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ

The Sakala Picture
Published On

ମାହାଙ୍ଗା: ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ବିଜେପି କର୍ମୀଙ୍କ ସହିତ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ। କଟକ ଜିଲ୍ଲା ମାହାଙ୍ଗାରେ ଆଜି ଏଭଳି ଏକ ହଙ୍ଗାମା ହୋଇଛି। ବିଜେପି କର୍ମୀଙ୍କୁ ପେଲାଠେଲା କରୁଥିବା ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଡିରୁ ଓଲ୍ହାଇ ବୁଝାସୁଝା କରିଲା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଆଗକୁ ଗଡ଼ିଥିଲା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ […]

ମାହାଙ୍ଗା: ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ବେଳେ ହଙ୍ଗାମା । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ବିଜେପି କର୍ମୀଙ୍କ ସହିତ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ। କଟକ ଜିଲ୍ଲା ମାହାଙ୍ଗାରେ ଆଜି ଏଭଳି ଏକ ହଙ୍ଗାମା ହୋଇଛି। ବିଜେପି କର୍ମୀଙ୍କୁ ପେଲାଠେଲା କରୁଥିବା ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗାଡିରୁ ଓଲ୍ହାଇ ବୁଝାସୁଝା କରିଲା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ ଆଗକୁ ଗଡ଼ିଥିଲା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବିଧାୟକଙ୍କ ସମର୍ଥକମାନେ ବୋତଲ ମାଡ଼ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି। ଯେଉଁଥିପାଇଁ ବିଜେପି ନେତା ସଭାସ୍ଥଳକୁ ନଯାଇପାରି ଫେରିଯାଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର