ମନୋରଞ୍ଜନ
ଓଡ଼ିଶା
ସଂକଟରେ ଗଜରାଜ: କେଉଁଠି ବିଦ୍ୟୁତ୍ ଆଘାତରେ ତ ଆଉ କେଉଁଠି ରେଳ ଧାରଣାରେ କଟି ହାତୀର ମୃତ୍ୟୁ
ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ । ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ […]
ରେଢାଖୋଲ/ବଣାଇଁ: ସଂକଟରେ ଗଜରାଜ । ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀ ମୃତ୍ୟୁବରଣ କରିଛନ୍ତି । ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ହୋଇଥିବାବେଳେ ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଚରଡପସି ନିକଟସ୍ଥ ଚହଟାପଦା ଠାରେ ୧୧କେଭି ବିଦ୍ୟୁତ ଲାଗି ହାତୀର ମ୍ରୁତ୍ୟୁ ହୋଇଥିବା ସୂଚନା ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଞ୍ଚି କରୁଛି ତଦନ୍ତ ।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ
ସେହିପରି ବଣାଇଁରେ ରେଳ ଧାରଣାରେ କଟି ଛୁଆହାତୀ ମୃତ । ମୃତଦେହ ଜଗି ରହିଛନ୍ତି ମା’ ହାତୀ ଓ ହାତୀପଲ । ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡି ରହିଛି ଛୁଆ ହାତୀର ମୃତଦେହ ।






