ବନ୍ଧୁ ଘରକୁ ଯାଇ ଫେରୁଥିଲେ, ନଡ଼ିଆ ଗଛ ପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

The Sakala Picture
Published On

ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ । ବନ୍ଧୁ ଘରକୁ ଯାଇ ଫେରୁଥିବା ଅବସ୍ଥାରେ ନଡ଼ିଆ ଗଛପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚିତ୍ରା ଗାଁରେ । ଦୁର୍ଘଟଣାରେ ଆଉ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଆହତ ଯୁବକଙ୍କ ନାଁ ବିଶ୍ୱରଞ୍ଜନ ଆଚାର୍ଯ୍ୟ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଯୁବକ ରେଟିଲୋ […]

ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ । ବନ୍ଧୁ ଘରକୁ ଯାଇ ଫେରୁଥିବା ଅବସ୍ଥାରେ ନଡ଼ିଆ ଗଛପଡ଼ି ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚିତ୍ରା ଗାଁରେ । ଦୁର୍ଘଟଣାରେ ଆଉ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଆହତ ଯୁବକଙ୍କ ନାଁ ବିଶ୍ୱରଞ୍ଜନ ଆଚାର୍ଯ୍ୟ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଯୁବକ ରେଟିଲୋ ପଞ୍ଚାୟତର ମିଥୁନ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନ ହେଇଥିବା ବେଳେ ଆହତ ବିଶ୍ବରଂଜନ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନା ଅନୁଯାୟୀ ଗୋଟିଏ ସ୍କୁଟିରେ ମିଥୁନ ପ୍ରଧାନ, ତୁଷାର ରଞ୍ଜନ ବିଶ୍ଵାଳ ଓ ବିଶ୍ବରଂଜନ ଆଚାର୍ଯ୍ୟ କନପୁର ଯାଇ ଫେରୁଥିବା ଅବସ୍ଥାରେ ସଗଡା ଅନ୍ତର୍ଗତ ଚିତ୍ରା ନିକଟରେ ଘଟିଛି ଅଘଟଣ। ଚିତ୍ରା ଗାଁ କେନାଲ ବନ୍ଧ ରାସ୍ତାରେ ସେମାନେ ଯାଉଥିବା ବେଳେ ହଠାତ୍ ଏକ ନଡ଼ିଆ ଗଛ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର