ମହଙ୍ଗା ପଡିଲା ବାଚସ୍ପତିଙ୍କୁ ଅସମ୍ମାନ, ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ

The Sakala Picture
Published On

ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ । ଚଳିତ ଅଧିବେଶନ ପାଇଁ ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି । ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଥମେ ବିରୋଧୀ ଦଳ ଗୃହରେ ହୋହଲ୍ଲା […]

ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ । ଚଳିତ ଅଧିବେଶନ ପାଇଁ ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଥମେ ବିରୋଧୀ ଦଳ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଗୃହ ଭିତରେ ଦୁଇ ବିଜେପି ବିଧାୟକଙ୍କ ଏଭଳି ଆଚରଣ ପାଇଁ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ ଦଳ । ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବିଧାନସଭା ଚାଲିବା ପାଇଁ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

28 Sep 2023 By The Sakala

ମହଙ୍ଗା ପଡିଲା ବାଚସ୍ପତିଙ୍କୁ ଅସମ୍ମାନ, ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ । ଚଳିତ ଅଧିବେଶନ ପାଇଁ ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଥମେ ବିରୋଧୀ ଦଳ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଗୃହ ଭିତରେ ଦୁଇ ବିଜେପି ବିଧାୟକଙ୍କ ଏଭଳି ଆଚରଣ ପାଇଁ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ।

ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ ଦଳ । ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବିଧାନସଭା ଚାଲିବା ପାଇଁ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର