ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ

The Sakala Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀର ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଲହରି ଖେଳିଯାଇଛି । ସୂଚନା ଅନୁଯାୟୀ, ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ ବର୍ଷର ଶିଶୁ କନ୍ୟା ଲକ୍ଷ୍ମୀପ୍ରିୟା ମାମୁଁ ଝିଅ ଟିକି ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ […]

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀର ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଲହରି ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସୂଚନା ଅନୁଯାୟୀ, ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ ବର୍ଷର ଶିଶୁ କନ୍ୟା ଲକ୍ଷ୍ମୀପ୍ରିୟା ମାମୁଁ ଝିଅ ଟିକି ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ବେଳେ କୌଣସି କାରଣବଶତଃ ସେମାନଙ୍କର ଗୋଡ ଖସି ଯାଇଥିଲା । ଫଳରେ ଅଚାନକ ପାଣିରେ ବୁଡି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

ତେବେ ସେହି ବାଟ ଦେଇ ଯାଉଥିବା ବେଳେ ଜଣେ ଯୁବକ ଦେଖି ଡାକ ପକାଇ ଥିଲେ। ହେଲେ ବହୁ ଖୋଜା ଖୋଜି କରିବା ପରେ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଦୁଇ ଶିଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର