ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଅଭିଯୋଗରେ ୨ ଗିରଫ
କାମାକ୍ଷାନଗର: ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜିରିଡାମାଳି ଗାଁର ବୁଚୁ ଓରଫ ନଳିନୀ ମହାରଣା ଏବଂ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମିର୍ଜା ମଇଉଦ୍ଦିନ ବେଗ । ସୂଚନା ଅନୁଯାୟୀ ,ଗତ କାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡାମାଳି ଗାଁ ପାଖ ସରକାରଙ୍କର ଏକ ପରିତ୍ୟକ୍ତ ଘରେ ରହୁଥିବା ସାବି ପ୍ରଧାନଙ୍କ ନଅ […]
କାମାକ୍ଷାନଗର: ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜିରିଡାମାଳି ଗାଁର ବୁଚୁ ଓରଫ ନଳିନୀ ମହାରଣା ଏବଂ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମିର୍ଜା ମଇଉଦ୍ଦିନ ବେଗ । ସୂଚନା ଅନୁଯାୟୀ ,ଗତ କାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡାମାଳି ଗାଁ ପାଖ ସରକାରଙ୍କର ଏକ ପରିତ୍ୟକ୍ତ ଘରେ ରହୁଥିବା ସାବି ପ୍ରଧାନଙ୍କ ନଅ ମାସର ଶିଶୁପୁତ୍ରକୁ ପଡ଼ୋଶୀ ବୁଚୁ ଚୋରି କରି ନେଇ ଜିରିଡାମାଳି ଜଙ୍ଗଲରେ ଟୁକୁ ଓରଫ ମିର୍ଜା ମଇଉଦ୍ଦିନ ବେଗକୁ ବିକ୍ରୟ କରି ଦେଇଥିଲେ। ଯାହାକୁ ନେଇ ସାବି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଭିଯୁକ୍ତ ଟୁକୁ ଠାରୁ ନଅ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ଏବଂ ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ ଶିଶୁପୁତ୍ରକୁ ଚୋରି କରି ବିକ୍ରୟ କରିବା ଘଟଣା ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି ।