ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

The Sakala Picture
Published On

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି। ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି। ସୂଚନା ଅନୁଯାୟୀ, କେବଳ ଭଗବତ […]

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା କୁହାଯାଉଥିବା ବେଳେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାର କରିଥିବା ଜଣାପଡ଼ିଛି। ଟ୍ୱିଟରରେ ମୋହନ ଭାଗବତଙ୍କର ୨୦.୭୬ ଲକ୍ଷ ଅନୁସରଣକାରୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁଯାୟୀ, କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ୟ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ୟ୍ୟବାହକ ସୁରେଶ ସୋନି ଓ ସର କାର୍ୟ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସେହିପର ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ବ୍ଲୁଟିକ୍ ହଟିବାର ୨ ଘଣ୍ଟା ପରେ ଟ୍ୱିଟର ପୁଣିଥରେ ଆକାଉଣ୍ଟକୁ ବ୍ଲୁଟିକ୍ ଦେଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଟ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର