ଜାଗା ମିଶନ କାର୍ଯ୍ୟ ଆଗେଇନେବେ ଟୁଲିପ୍‌‌ ଇଣ୍ଟର୍ଣ୍ଣ: ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତହେଲେ ୫୦ ଯୁବକଯୁବତୀ

The Sakala Picture
Published On

ଭୁବନେଶ୍ୱର: ଜାଗା ମିଶନ କାର୍ଯ୍ୟକୁ ଆଗେଇ ନେବେ ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’(ଟୁଲିପ୍‌‌) ଇଣ୍ଟର୍ଣ୍ଣ। ରାଜ୍ୟ ସରକାର ଓ ବସ୍ତିବାସିନ୍ଦା ସଂଘ ସହିତ ଶେତୂ ଭାବେ କାର୍ଯ୍ୟ କରିବେ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣ। ଏହାଦ୍ୱାରା କାର୍ଯ୍ୟ ତ୍ୱାରାନ୍ୱିତ ହେବା ସହିତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ଆଶା ରହିଛି। ଏଥିପାଇଁ ଶୁକ୍ରବାର ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୫ ଟି ମହାନଗର ନିଗମ ଓ କିଛି ମ୍ୟୁନିସପାଲଟି ପାଇଁ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣମାନଙ୍କୁ […]

ଭୁବନେଶ୍ୱର: ଜାଗା ମିଶନ କାର୍ଯ୍ୟକୁ ଆଗେଇ ନେବେ ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’(ଟୁଲିପ୍‌‌) ଇଣ୍ଟର୍ଣ୍ଣ। ରାଜ୍ୟ ସରକାର ଓ ବସ୍ତିବାସିନ୍ଦା ସଂଘ ସହିତ ଶେତୂ ଭାବେ କାର୍ଯ୍ୟ କରିବେ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣ। ଏହାଦ୍ୱାରା କାର୍ଯ୍ୟ ତ୍ୱାରାନ୍ୱିତ ହେବା ସହିତ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ସେବା ମିଳିପାରିବ ବୋଲି ଆଶା ରହିଛି। ଏଥିପାଇଁ ଶୁକ୍ରବାର ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୫ ଟି ମହାନଗର ନିଗମ ଓ କିଛି ମ୍ୟୁନିସପାଲଟି ପାଇଁ ଏହି ଟୁଲିପ୍‌‌ ଇଣ୍ଟର୍ଣ୍ଣମାନଙ୍କୁ କାର୍ଯ୍ୟରେ ନିଯୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସହରାଞ୍ଚଳରେ ଗରିବ ଭୂମିହୀନଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ରାଜ୍ୟର ୫ ଟି ମହାନଗର ନିଗମରେ ଏହି ଯୋଜନାରେ ଗତ କିଛି ଦିନ ତଳେ ଲାଗୁ ହୋଇଥିବାରୁ ଏହି କାମ ଆଗେଇ ଚାଲିଛି। ତେଣୁ ତୁରନ୍ତ ଏହି କାର୍ଯ୍ୟକୁ ଆଗକୁ ନେବା ପାଇଁ ଆଇଏଏସ୍‌‌, ଓଏଏସ ଆଶାୟୀ ଓ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଆଦିଙ୍କୁ ତୁଲିପ୍‌‌ ଇଣ୍ଟର୍ଣ୍ଣ ଭାବେ ନିୟୋଜିତ କରାଯାଇଛି। ‘ସହରାଞ୍ଚଳ ଶିକ୍ଷା ଶିକ୍ଷାନବିଷ ଯୋଜନା’ (ଟୁଲିପ୍‌‌) ତିନି ମାସିଆ ସାର୍ଟିଫିକେଟ୍‌‌ ପାଠ୍ୟକ୍ରମ କରିଥିବା ଏହି ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ପ୍ରଶିକ୍ଷିତ ଯୁବକମାନଙ୍କ ଭୂମିକାକୁ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀମାନଙ୍କୁ ସହରାଞ୍ଚଳ ବିଭିନ୍ନ ଯୋଜନା କ୍ଷେତ୍ରରେ ଜ୍ଞାନ, ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରାଯାଇଛି। ନଗର ଉନ୍ନୟନ ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ବଢ଼଼ିବା ପରେ, ଜଳ ଓ ପରିମଳ କ୍ଷେତ୍ରରେ କିନ୍ନରମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏବେ ନୂତନ ସ୍ନାତକ/ସ୍ନାତକୋତ୍ତର କରିଥିବା ଯୁବକଙ୍କ ଦକ୍ଷତା ବୃଦ୍ଧି କରିବା ସହ ସହରାଞ୍ଚଳ ପରିମଳର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ଚୟନ କରାଯାଇଛି। ଏଥିପାଇଁ ସେମାନଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ପଦକ୍ଷେପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗୃହ ଓ ନଗର ଉନ୍ନୟନ ବିଭାଗ ନୂଆ ଯୋଜନା ଆରମ୍ଭ କରିଛି। ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ମହାନଗର ନିଗମ କମସନରଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ୍ତିବାସିନ୍ଦାଙ୍କ ପାଇଁ ସଂଯୋଜକ ଭାବେ ଏହି ଶିକ୍ଷିତ ଯୁବକଯୁବତୀ କାର୍ଯ୍ୟ କରିବେ। ଶୁକ୍ରବାର ଜାଗାମିଶନ କାର୍ଯ୍ୟାଳୟରେ ଯୁବକ ଯୁବତୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି। ଚାକିରି ନପାଇବା ପର୍ଯ୍ୟନ୍ତ ସେମାନେ ବର୍ଷିକିଆ ଚୁକ୍ତି ଭିତ୍ତିରେ ସରକାରଙ୍କୁ ସହଯୋଗ କରିବେ। ଘଟଣା ସମ୍ପର୍କରେ ବିଭାଗୀୟ ଅତିରିକ୍ତ ସଚିବ ସୌରୀନ୍ଦ୍ର କୁମାର ରାଉତରାୟ କହିଛନ୍ତି ଯେ ଏହା ଦ୍ୱାରା କାର୍ଯ୍ୟରେ ତ୍ୱାରାନ୍ୱିତ ଘଟିବା ସହିତ ପିଲାମାନଙ୍କର ମଧ୍ୟ ଦକ୍ଷତା ବୃଦ୍ଧି ହେବ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର