ସ୍କୁଟିକୁ ଧକ୍କା ଦେଲା ମାଲବାହୀ ଟ୍ରକ: ୫ ବର୍ଷର ପୁଅ ମୃତ, ମା’ ଗୁରୁତର

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ନିକଟ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ସହ ମାଲବାହୀ ଟ୍ରକ ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ବିନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ହୋଇଥିବା ମାଆ ଜଣଙ୍କ ହେଉଛନ୍ତି ଗାନ୍ଧି ପଡିଆର ବୈଜୟନ୍ତୀ ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାବାଳକ ମୃତଦେହକୁ ଟାଉନ ପୁଲିସ ଜବତ କରିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା […]

ଖୋର୍ଦ୍ଧା: ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ନିକଟ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ସହ ମାଲବାହୀ ଟ୍ରକ ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ବିନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ହୋଇଥିବା ମାଆ ଜଣଙ୍କ ହେଉଛନ୍ତି ଗାନ୍ଧି ପଡିଆର ବୈଜୟନ୍ତୀ ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାବାଳକ ମୃତଦେହକୁ ଟାଉନ ପୁଲିସ ଜବତ କରିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଛକରେ ହମ୍ପସ ନିର୍ମାଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ରାଜପଥ ଉଭୟ ପଟ ଯାନବାହାନ ଚଳାଚଳ ବନ୍ଦ ରହିଛି। ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଘଟଣା ସ୍ଥାନରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କ ସହ ଆଲୋଚନା ସତ୍ତ୍ବେ ଆନ୍ଦୋଳନକାରୀ ଜିଦରେ ଅଟଳ ରହିଛନ୍ତି। ଲୋକେ ଟ୍ରକ ସହ ଡ୍ରାଇଭର ହେଲପରଙ୍କୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପ୍ରକାଶ ଯେ, ବିନାୟକ ବିଡିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଏଲକେଜିର ଛାତ୍ର। ଆଜି ପରୀକ୍ଷା ସାରି ବୈଜୟନ୍ତି ସ୍କୁଟିରେ ପୁଅ ବିନାୟକକୁ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ବୈଜୟନ୍ତି ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ବିନାୟକ ତଳେ ପଡି ଯାଇଥିଲେ। ଟ୍ରକ ତାଙ୍କ ପେଟ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଟ୍ରକ ଚାଳକ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟଲୋକେ ଗୋଡାଇ ନୂଆ ବସଷ୍ଟାଣ୍ଡ ଛକରେ ଧରିଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

17 Oct 2023 By The Sakala

ସ୍କୁଟିକୁ ଧକ୍କା ଦେଲା ମାଲବାହୀ ଟ୍ରକ: ୫ ବର୍ଷର ପୁଅ ମୃତ, ମା’ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ନିକଟ ଭାଲିଆବାଡି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ସହ ମାଲବାହୀ ଟ୍ରକ ଧକ୍କାରେ ମାଆ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ବିନାୟକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ହୋଇଥିବା ମାଆ ଜଣଙ୍କ ହେଉଛନ୍ତି ଗାନ୍ଧି ପଡିଆର ବୈଜୟନ୍ତୀ ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ନାବାଳକ ମୃତଦେହକୁ ଟାଉନ ପୁଲିସ ଜବତ କରିଛି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଛକରେ ହମ୍ପସ ନିର୍ମାଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି। ରାଜପଥ ଉଭୟ ପଟ ଯାନବାହାନ ଚଳାଚଳ ବନ୍ଦ ରହିଛି। ଅତିରିକ୍ତ ଏସପି କିଶୋର ଚନ୍ଦ୍ର ମୁଣ୍ଡ ଘଟଣା ସ୍ଥାନରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କ ସହ ଆଲୋଚନା ସତ୍ତ୍ବେ ଆନ୍ଦୋଳନକାରୀ ଜିଦରେ ଅଟଳ ରହିଛନ୍ତି। ଲୋକେ ଟ୍ରକ ସହ ଡ୍ରାଇଭର ହେଲପରଙ୍କୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି।

ପ୍ରକାଶ ଯେ, ବିନାୟକ ବିଡିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଏଲକେଜିର ଛାତ୍ର। ଆଜି ପରୀକ୍ଷା ସାରି ବୈଜୟନ୍ତି ସ୍କୁଟିରେ ପୁଅ ବିନାୟକକୁ ଧରି ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ବୈଜୟନ୍ତି ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ବିନାୟକ ତଳେ ପଡି ଯାଇଥିଲେ। ଟ୍ରକ ତାଙ୍କ ପେଟ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଟ୍ରକ ଚାଳକ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟଲୋକେ ଗୋଡାଇ ନୂଆ ବସଷ୍ଟାଣ୍ଡ ଛକରେ ଧରିଥିଲେ।

https://www.thesakala.in/latest-odisha-news/truck-hits-scooter-5-year-old-boy-dead-mother-critical-injured/article-26472
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର