ମାଓ ସଙ୍ଗଠନ ପକ୍ଷରୁ ଶହୀଦ ସପ୍ତାହରେ କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଅଡ଼ିଓ ଟେପ ଜାରି କରି ଆହ୍ବାନ ଦେଲେ ମାଓ ନେତା

The Sakala Picture
Published On

ମାଲକାନଗିରି: ଆଗକୁ ଆସୁଛି ମାଓବାଦୀଙ୍କ ଶହୀଦ ସପ୍ତାହ । ମୃତ ମାଓବାଦୀଙ୍କ ଉଦେଶ୍ୟରେ ମାଓବାଦୀ ମାନେ ଏହି ଶହୀଦ ସପ୍ତାହ ପାଳନ କରନ୍ତି । ପୂର୍ବରୁ ଅନେକ ହିଂସା କାଣ୍ଡ ଘଟାଇବା ସହ ନାଚ ଗୀତ କରି ଶହୀଦ ସପ୍ତାହ ପାଳନ ହେଉଥିବା ବେଳେ ଚଳିତ ବର୍ଷ ସେ ସବୁ କୁ ନ କରି କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେ ଆହ୍ବାନ ଦେଇଛି ମାଓ ସଙ୍ଗଠନ । ଆଜି ମାଲକାନଗିରି କୋରାପୁଟ ମାଓ ଡିଭିଜନର […]

ମାଲକାନଗିରି: ଆଗକୁ ଆସୁଛି ମାଓବାଦୀଙ୍କ ଶହୀଦ ସପ୍ତାହ । ମୃତ ମାଓବାଦୀଙ୍କ ଉଦେଶ୍ୟରେ ମାଓବାଦୀ ମାନେ ଏହି ଶହୀଦ ସପ୍ତାହ ପାଳନ କରନ୍ତି । ପୂର୍ବରୁ ଅନେକ ହିଂସା କାଣ୍ଡ ଘଟାଇବା ସହ ନାଚ ଗୀତ କରି ଶହୀଦ ସପ୍ତାହ ପାଳନ ହେଉଥିବା ବେଳେ ଚଳିତ ବର୍ଷ ସେ ସବୁ କୁ ନ କରି କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେ ଆହ୍ବାନ ଦେଇଛି ମାଓ ସଙ୍ଗଠନ । ଆଜି ମାଲକାନଗିରି କୋରାପୁଟ ମାଓ ଡିଭିଜନର ସମ୍ପାଦକ ତଥା ବରିଷ୍ଠ ମାଓନେତା ରାକେଶ ଆଜି ଏକ ଅଡିଓ ଟେପ୍ ଜାରି କରିଛନ୍ତି । ତେଲୁଗୁ ଭାଷାରେ ରିଲିଜ ଏହି ଅଡ଼ିଓ ଟେପ ରେ ସହୀଦ ଦିବସରେ କେବଳ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ସେ ଆହ୍ବାନ ଦେଇଛନ୍ତି। ଗତ ୨୦୨୦ ଜୁଲାଇ ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଆନ୍ଧ୍ର ଓଡିଶା ସୀମାନ୍ତରେ ୧୩ ଜଣ ମାଓବାଦୀ ସହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ମାଓ ସଂଗଠନର ବରିଷ୍ଠ ସଦସ୍ୟ ଯଥା କମ୍ରେଡ ରଣଦେବ, ଅଶୋକ, କିଶୋର, ମାଲ୍ଲା, ଶାନ୍ତି, ଲଳିତା, ପାଇକେ, ଜୟା, ଦାଇକି, ଏବଂ ଦୁଇଜଣ ଅସୁସ୍ଥତା ଯୋଗୁଁ ମୃତ୍ୟୁବରଣ କରିଥିଲେ। ବୈପାରୁଗୁଡା ଘୋଟବେଡା ଠାରେ ଗରୀବ ଆଦିବାସୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିଲେ। ଅପରେସନ ସମାଧାନ ନାମରେ ପୋଲିସ ନିରୀହ ଜନତାଙ୍କୁ ହତ୍ୟା କରିବା ଘଟଣାକୁ ମଧ୍ୟ ସେ ଏହି ଅଡ଼ିଓ ଟେପ ମାଧ୍ୟମରେ ନିନ୍ଦା କରିଛନ୍ତି। ପୋଲିସ ମାଓ ସଂଗଠନକୁ ବଦନାମ କରିବା ନାମରେ ବସ ଏବଂ ଗାଡି ଚଳାଚଳ ବନ୍ଦ କରୁଥିବା ସେ ଅଭିଯୋଗ କରିଛନ୍ତି । ଏବଂ ଏହି ଗାଡି ଚଳା ଚଳ ସ୍ବାଭାବିକ କରିବାକୁ ସେ ଆହ୍ବାନ ଦେଇଛନ୍ତି । ସେହିପରି ଆଗାମୀ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ହେବାକୁ ଥିବା ସହୀଦ ଦିବସରେ ପ୍ରତ୍ୟେକ ଗ୍ରାମରେ ଜଳ ଜମି ଓ ଜଙ୍ଗଲ ଲଢେଇ କରୁଥିବା ମାଓବାଦୀ ସଦସ୍ୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରିଛନ୍ତି। ମାଓ ଦମନ କୁ ବନ୍ଦ କରି ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିର ମୌଳିକ ସୁବିଧା ଯୋଗାଇ ନ ଦେବା ପର୍ଯ୍ୟନ୍ତ ମାଓ ସଙ୍ଗଠନ ତାଙ୍କର ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି । ତେବେ ମାଓବାଦୀଙ୍କ ଏହି ଶହୀଦ ସପ୍ତାହ କୁ ଦୃଷ୍ଟି ରେ ରଖି ପୋଲି ପକ୍ଷରୁ ସୁରକ୍ଷା ବ୍ୟବସ୍ତା କୁ କଡାକଡି କର ଯିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ସର୍ଚ ଅପରେସନ କୁ ବଢାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

26 Jul 2021 By The Sakala

https://www.thesakala.in/latest-odisha-news/tributes-only-the-dead-maoists-during-saheed-saptaha-on-behalf-of-the-maoist-organization/article-4127
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର