ରୂପାନ୍ତରଣ ସାରଥୀ, ଅବିଶ୍ରାନ୍ତ ଯାତ୍ରା: ‘ନବୀନ ଓଡ଼ିଶା’ ଗଠନ ପାଇଁ ସଂକଳ୍ପବଦ୍ଧ କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅବା ଅବିଶ୍ରାନ୍ତ ବର୍ଷା, ନିଶାର୍ଦ୍ଧ ହେଉ ଅବା କୁହୁଡ଼ିଘେରା ପ୍ରତ୍ୟୁଷ। କାର୍ଯ୍ୟରେ ନାହିଁ ବିଶ୍ରାମ। ‘ନବୀନ ଓଡ଼ିଶା’ ଗଠନ ଲକ୍ଷ୍ୟରେ ସାରା ଓଡ଼ିଶାର କୋଣ ଅନୁକୋଣ ଘୂରି ବୁଲୁଥିବା ‘୫-ଟି’ ଅଧ୍ୟକ୍ଷଙ୍କ ଅଭିଧାନରୁ ବିଶ୍ରାମ ଶବ୍ଦ ଯେପରି ଉଭାନ ହୋଇ ଯାଇଛି। ନିଜେ କାମ କରିବା ସହ ଅନ୍ୟମାନଙ୍କୁ ସାଥୀରେ ନେଇ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାରେ ସେ ଲାଗି ପଡ଼ିଛନ୍ତି। ଅତୀତରେ ସେ ଏପରି ଅନେକ ଉଦାହରଣ ରଖିଛନ୍ତି; ଗତକାଲି ଓ […]

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅବା ଅବିଶ୍ରାନ୍ତ ବର୍ଷା, ନିଶାର୍ଦ୍ଧ ହେଉ ଅବା କୁହୁଡ଼ିଘେରା ପ୍ରତ୍ୟୁଷ। କାର୍ଯ୍ୟରେ ନାହିଁ ବିଶ୍ରାମ। ‘ନବୀନ ଓଡ଼ିଶା’ ଗଠନ ଲକ୍ଷ୍ୟରେ ସାରା ଓଡ଼ିଶାର କୋଣ ଅନୁକୋଣ ଘୂରି ବୁଲୁଥିବା ‘୫-ଟି’ ଅଧ୍ୟକ୍ଷଙ୍କ ଅଭିଧାନରୁ ବିଶ୍ରାମ ଶବ୍ଦ ଯେପରି ଉଭାନ ହୋଇ ଯାଇଛି। ନିଜେ କାମ କରିବା ସହ ଅନ୍ୟମାନଙ୍କୁ ସାଥୀରେ ନେଇ କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାରେ ସେ ଲାଗି ପଡ଼ିଛନ୍ତି। ଅତୀତରେ ସେ ଏପରି ଅନେକ ଉଦାହରଣ ରଖିଛନ୍ତି; ଗତକାଲି ଓ ଆଜି ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ କାର୍ଯ୍ୟ କରି ଏହି ଉଦାହରଣରେ ସେ ଯୋଡ଼ିଛନ୍ତି ଆଉ ଏକ ପୃଷ୍ଠା।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଗତକାଲି ସକାଳେ ବାରବାଟି ଷ୍ଟାଡିୟମ୍‌‌ର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ ପରେ ସନ୍ଧ୍ୟାରେ ସୁଦୂର ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କ୍ରୀଡ଼ାବିତ୍‌‌ ମାନଙ୍କ ସହ ଆଲୋଚନା ପରେ ପ୍ରତ୍ୟୁଷରେ ରାଉରକେଲାର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା, ବିଭିନ୍ନ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ ପରେ ଯାଇ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ଟି ସମାବେଶରେ ଯୋଗଦାନ, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା, ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି। ତାଙ୍କର ଏପରି କାର୍ଯ୍ୟ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଜୀବନରେ କଠିନ ପରିଶ୍ରମ ପାଇଁ କଦାପି ପଛଘୁଞ୍ଚା ଦିଅ ନାହିଁ ବୋଲି ବୋଲାଉଥିବା ୫-ଟି ଅଧ୍ୟକ୍ଷ ନିଜେ ଏହି ଆହ୍ୱାନକୁ ଅନୁପାଳନ କରି ସୃଷ୍ଟି କରିଛନ୍ତି ନୂଆ ଉଦାହରଣ। ରୂପାନ୍ତରଣ କେବଳ କଥାରେ ହୁଏ ନାହିଁ, ଏଥିପାଇଁ ଲୋଡ଼ା ପ୍ରତିବଦ୍ଧତା। ଏହି ପ୍ରତିବଦ୍ଧତାର ଉଦାହରଣ ହେଉଛନ୍ତି ନିଜେ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଦଶହରାରେ ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି, ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ରହିବ ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର