ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ: ମକ୍‍ ଭୋଟିଂରେ ଭାଗନେଲେ ବିଜେଡି ବିଧାୟକ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନିତ ହୋଇଛନ୍ତି। ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଦ୍ରୌପଦୀଙ୍କୁ ରାଇସିନା ହିଲ୍‍ ପଠାଇବାର ମଙ୍ଗ ଧରିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭାରେ ବିଜେଡିର ସମସ୍ତ ବିଧାୟକଙ୍କୁ ନେଇ ଏକ ମକ୍‍ ଭୋଟିଂ ହୋଇଥିଲା। ନିର୍ଭୁଲ ଭୋଟିଂ ପାଇଁ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଥିବା ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ […]

ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ମନୋନିତ ହୋଇଛନ୍ତି। ଚଳିତ ମାସ ୧୮ ତାରିଖରେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଦ୍ରୌପଦୀଙ୍କୁ ରାଇସିନା ହିଲ୍‍ ପଠାଇବାର ମଙ୍ଗ ଧରିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭାରେ ବିଜେଡିର ସମସ୍ତ ବିଧାୟକଙ୍କୁ ନେଇ ଏକ ମକ୍‍ ଭୋଟିଂ ହୋଇଥିଲା। ନିର୍ଭୁଲ ଭୋଟିଂ ପାଇଁ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଥିବା ବେଳେ ଯେପରି ଗୋଟିଏ ବି ଭୋଟ ନାକଚ ନ ହୁଏ ସେଥିପ୍ରତି ସଚେତନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମକ୍‍ ବାଲଟ ପେପରରେ ବିଧାୟକମାନେ ଭୋଟ ଦାନ ଅଭ୍ୟାସ କରିଥିଲେ। ଏଥିସହ ମତଦାନ ପାଇଁ ଆସିବା ସମୟରେ ଯେପରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ଆଣିବେ, ବାଲଟ ପେପର୍‍ ମିଳିବା ପରେ କିପରି ନିର୍ଭୁଲ ଭାବେ ମତଦାନ କରିବେ ଆଦି ପ୍ରସଙ୍ଗରେ ବିଧାୟକମାନଙ୍କୁ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ଆଗାମୀ ରାଷ୍ଟ୍ରପତି ଭାବେ ଅଭିଷିକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଅଭିଯାନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ମତଦାନ ସମ୍ପର୍କରେ ଗତକାଲି ଏକ କର୍ମଶାଳା ଆୟୋଜନ ହୋଇଥିଲା। ଯଦି କୌଣସି ବିଧାୟକ ମତଦାନ ସମୟରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତା ହେଲେ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ସେମାନଙ୍କୁ ସହଯୋଗ କରିବେ। ପୁରୁଣା ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ ଅଛନ୍ତି। ତେବେ ଅନେକ ବିଧାୟକ ପ୍ରଥମ ଥର ପାଇଁ ବିଧନାସଭାକୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କ ପାଇଁ ଏପରି କର୍ମଶାଳା ଏକାନ୍ତ ଆବଶ୍ୟକ ଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

17 Jul 2022 By The Sakala

https://www.thesakala.in/latest-odisha-news/tomorrows-presidential-election-bjd-mla-participates-in-mock-voting/article-13356
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର