ଚନ୍ଦ୍ରଗ୍ରହଣ ପାଇଁ ଆଜି ମଧ୍ୟରାତ୍ରରୁ ଶ୍ରୀଜୀଉଙ୍କ ସୁନାବେଶ, ଜାଣନ୍ତୁ ଶ୍ରୀମନ୍ଦିରରେ କ’ଣ ରହିଛି ସ୍ୱତନ୍ତ୍ର ନୀତିକାନ୍ତି…

The Sakala Picture
Published On

ପୁରୀ: ଆସନ୍ତାକାଲି ଧର୍ମମାସ କାର୍ତ୍ତିକର ଅନ୍ତିମ ଦିବସ ସହ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନାବେଶ । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ଅର୍ଥାତ୍‍ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ପରେ ୧୨ଟା ୪୫ରେ ରୋଷହୋମ, ୨ଟାରେ ସୂର୍ଯ୍ୟପୂଜା, […]

ପୁରୀ: ଆସନ୍ତାକାଲି ଧର୍ମମାସ କାର୍ତ୍ତିକର ଅନ୍ତିମ ଦିବସ ସହ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନାବେଶ । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ଅର୍ଥାତ୍‍ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ପରେ ୧୨ଟା ୪୫ରେ ରୋଷହୋମ, ୨ଟାରେ ସୂର୍ଯ୍ୟପୂଜା, ୨ଟା ୩୦ରେ ଦ୍ୱାରପାଳ ପୂଜା ଓ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସେହିପରି ରାତି ୩ଟାରେ ଗୋପାଳ ବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ସକାଳ ଧୂପ, ଭୋର ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବ, ୫ଟା ୧୦ରେ ବାଳଧୂପ ଶେଷ ପରେ ଭୋର ୫ଟା ୫୦ରେ ଭୋଗମଣ୍ଡପ ଶେଷ ହୋଇ ନୀତି ଅଟକିବ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ତେବେ ୫:୫୪ ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

07 Nov 2022 By The Sakala

ଚନ୍ଦ୍ରଗ୍ରହଣ ପାଇଁ ଆଜି ମଧ୍ୟରାତ୍ରରୁ ଶ୍ରୀଜୀଉଙ୍କ ସୁନାବେଶ, ଜାଣନ୍ତୁ ଶ୍ରୀମନ୍ଦିରରେ କ’ଣ ରହିଛି ସ୍ୱତନ୍ତ୍ର ନୀତିକାନ୍ତି…

ପୁରୀ: ଆସନ୍ତାକାଲି ଧର୍ମମାସ କାର୍ତ୍ତିକର ଅନ୍ତିମ ଦିବସ ସହ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଛି । ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନାବେଶ । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପୂର୍ବଦିନ ଅର୍ଥାତ୍‍ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ପରେ ୧୨ଟା ୪୫ରେ ରୋଷହୋମ, ୨ଟାରେ ସୂର୍ଯ୍ୟପୂଜା, ୨ଟା ୩୦ରେ ଦ୍ୱାରପାଳ ପୂଜା ଓ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ସେହିପରି ରାତି ୩ଟାରେ ଗୋପାଳ ବଲ୍ଲଭ, ୩ଟା ୨୦ରୁ ୪ଟା ୨୦ ସକାଳ ଧୂପ, ଭୋର ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ ଉଠିବ, ୫ଟା ୧୦ରେ ବାଳଧୂପ ଶେଷ ପରେ ଭୋର ୫ଟା ୫୦ରେ ଭୋଗମଣ୍ଡପ ଶେଷ ହୋଇ ନୀତି ଅଟକିବ।

ତେବେ ୫:୫୪ ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତ୍ର ପହଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର