ଆଜି ବିଶ୍ୱ ପଖାଳ ଦିବସ : ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ପଖାଳ

The Sakala Picture
Published On

ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତଙ୍କ ବି ଖାଅନ୍ତି ଆଉ ଭଗବାନ ଠାରେ ଭୋଗ ବି ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ […]

ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତଙ୍କ ବି ଖାଅନ୍ତି ଆଉ ଭଗବାନ ଠାରେ ଭୋଗ ବି ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ । ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ । ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର