ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ବାଗଚୀ-ଶ୍ରୀଶଙ୍କର କ୍ୟାନ୍‌ସର ହସ୍‌ପିଟାଲର ଶିଳାନ୍ୟାସ

The Sakala Picture
Published On

ତମାଣ୍ଡୋ : ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ନିକଟରେରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଏବଂ ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର କେନ୍ଦ୍ର। ଆସନ୍ତାକାଲି (ସୋମବାର) ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରବିବାର ଅପରାହ୍ଣରେ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ସେହିପରି ଆୟୋଜନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ […]

ତମାଣ୍ଡୋ : ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ନିକଟରେରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଏବଂ ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର କେନ୍ଦ୍ର। ଆସନ୍ତାକାଲି (ସୋମବାର) ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରବିବାର ଅପରାହ୍ଣରେ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ସେହିପରି ଆୟୋଜନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ଆରମ୍ଭ ହେବ ଓ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। କିନ୍ତୁ ପରେ ଏହା ୫୦୦ ଶଯ୍ୟାକୁ ବିସ୍ତାରିତ ହେବ। କର୍କଟ ଡାକ୍ତରଖାନା ଓ ଗବେଷଣା କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଦେଇଥିବା ବେଳେ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି ପାଲିଏଟିଭ କେୟାର ନିମନ୍ତେ ରାଜ୍ୟ ସରକାର ୨୦ ଏକର ଜମି ଦେବେ ଓ ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇଦେବେ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

ଏହି ଦୁଇଟି କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତି ମୋଟ ୩୪୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଆସନ୍ତା କାଲି ସକାଳ ୧୦:୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜାତୀୟ ସ୍ତରର ପ୍ରତିଷ୍ଠାନ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୁରକ୍ଷା ନିମନ୍ତେ ମୋଟ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସମୟରେ ଡିସିପିଙ୍କ ସହିତ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, ଅତିରିକ୍ତ ଡିସିପି (ଟ୍ରାଫିକ) କେକେ ପାଣିଗ୍ରାହୀ, ଏସିପି ଅନିଲ କୁମାର ମିଶ୍ର, ଜଟଣୀ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

12 Jul 2021 By The Sakala

ଆଜି ବାଗଚୀ-ଶ୍ରୀଶଙ୍କର କ୍ୟାନ୍‌ସର ହସ୍‌ପିଟାଲର ଶିଳାନ୍ୟାସ

ତମାଣ୍ଡୋ : ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ନିକଟରେରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଏବଂ ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର କେନ୍ଦ୍ର। ଆସନ୍ତାକାଲି (ସୋମବାର) ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରବିବାର ଅପରାହ୍ଣରେ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ସେହିପରି ଆୟୋଜନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ଆରମ୍ଭ ହେବ ଓ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। କିନ୍ତୁ ପରେ ଏହା ୫୦୦ ଶଯ୍ୟାକୁ ବିସ୍ତାରିତ ହେବ। କର୍କଟ ଡାକ୍ତରଖାନା ଓ ଗବେଷଣା କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଦେଇଥିବା ବେଳେ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି ପାଲିଏଟିଭ କେୟାର ନିମନ୍ତେ ରାଜ୍ୟ ସରକାର ୨୦ ଏକର ଜମି ଦେବେ ଓ ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇଦେବେ।

ଏହି ଦୁଇଟି କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତି ମୋଟ ୩୪୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଆସନ୍ତା କାଲି ସକାଳ ୧୦:୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜାତୀୟ ସ୍ତରର ପ୍ରତିଷ୍ଠାନ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୁରକ୍ଷା ନିମନ୍ତେ ମୋଟ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସମୟରେ ଡିସିପିଙ୍କ ସହିତ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, ଅତିରିକ୍ତ ଡିସିପି (ଟ୍ରାଫିକ) କେକେ ପାଣିଗ୍ରାହୀ, ଏସିପି ଅନିଲ କୁମାର ମିଶ୍ର, ଜଟଣୀ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର