ସାକାର ହେବ ରାଜ୍ୟବାସୀଙ୍କ ସ୍ୱପ୍ନ : ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ସାକାର ହେବାକୁ ଯାଉଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଉ କିଛି ସମୟ ପରେ ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ […]

ଭୁବନେଶ୍ୱର : ସାକାର ହେବାକୁ ଯାଉଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଉ କିଛି ସମୟ ପରେ ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯିବ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ଏହା ଉଭୟ ଦିଗରେ କଟକ ଓ ପୁରୀକୁ ସମ୍ପ୍ରସାରିତ କରାଯିବ। ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏଥିପାଇଁ ପ୍ରସ୍ତୁତ ଡିପିଆର୍‌କୁ ଅନୁମୋଦନ ମିଳିସାରିଥିବା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା, ପୁରୀ ଓ କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି। ସୋମବାର ତ୍ରିଶୁଳିଆ ଛକ ସ୍ଥିତ ରତାଗଡ଼ ଲେଙ୍କାସାହି ନିକଟରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ସହ ଏକ ସମାବେଶରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ବୃତ୍ତଚିତ୍ରକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ କରାଯିବ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ୱଗତ ଭାଷଣ ଓ କଟକ ମେୟର ସୁବାଷ ସିଂ ଧନ୍ୟବାଦ ଦେବେ। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

01 Jan 2024 By The Sakala

ସାକାର ହେବ ରାଜ୍ୟବାସୀଙ୍କ ସ୍ୱପ୍ନ : ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାକାର ହେବାକୁ ଯାଉଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଉ କିଛି ସମୟ ପରେ ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯିବ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ଏହା ଉଭୟ ଦିଗରେ କଟକ ଓ ପୁରୀକୁ ସମ୍ପ୍ରସାରିତ କରାଯିବ। ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।

ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଥିପାଇଁ ପ୍ରସ୍ତୁତ ଡିପିଆର୍‌କୁ ଅନୁମୋଦନ ମିଳିସାରିଥିବା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା, ପୁରୀ ଓ କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି। ସୋମବାର ତ୍ରିଶୁଳିଆ ଛକ ସ୍ଥିତ ରତାଗଡ଼ ଲେଙ୍କାସାହି ନିକଟରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ସହ ଏକ ସମାବେଶରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ବୃତ୍ତଚିତ୍ରକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ କରାଯିବ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ୱଗତ ଭାଷଣ ଓ କଟକ ମେୟର ସୁବାଷ ସିଂ ଧନ୍ୟବାଦ ଦେବେ। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର