କାୟା ମେଲାଉଛି ଓମିକ୍ରନ : ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ, ୭୫ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ରାଜ୍ୟରେ ଆଜି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ […]

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ । ପ୍ରତିଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ରାଜ୍ୟରେ ଆଜି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଲାଇଫ ସାଇନ୍ସେସ୍ (ଆଇଏଲ୍‌ଏସ୍‌) । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଆଜି ଯେଉଁ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୮ ଜଣ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଏହାସହିତ ୪ ଜଣ ଲୋକାସ କେସ୍ ରହିଥିବା ବେଳେ ଆଉ ବାକି ୨ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ଅନୁଧ୍ୟାନ ଚାଲିଛି । ଏମାନେ ସମସ୍ତେ କରୋନା ପଜିଟିଭ ଆସିଥିଲେ । ପରେ ସେମାନଙ୍କର ଜିନମ ସ୍ୱିକ୍ୟୁନ୍ସିଂ କରାଯାଇଥିଲା । ଆଜି ସେମାନେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସେହିପରି ରାଜ୍ୟରେ ଡିସେମ୍ବର ୨୧ ତାରିଖରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ରାଜ୍ୟରେ ଏବେ କାୟା ମେଲାଇଲାଣି ଓମିକ୍ରନ । ପ୍ରତିଦିନ ଜିଲ୍ଲାରେ ଓମିକ୍ରନ କାୟା ବିସ୍ତାର କରିସାରିଲାଣି । ସେପଟେ ରାଜ୍ୟରେ କରୋନା ମଧ୍ୟ ଦ୍ରୁତ ଗତିରେ ମାଡିବାରେ ଲାଗିଲାଣି । ଦୈନିକ ସଂକ୍ରମଣ ଏବେ ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର