ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା; ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ

The Sakala Picture
Published On

ଭୁବନେଶ୍ୱର: ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । ୬ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ପୂଜା ପାଇଁ ସିସିଟିଭି ନଜରରେ ରହିବ ଭୁବନେଶ୍ୱରର ରାସ୍ତାଘାଟ ଓ ଗଳିକନ୍ଦି । ୬ […]

ଭୁବନେଶ୍ୱର: ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । ୬ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ପୂଜା ପାଇଁ ସିସିଟିଭି ନଜରରେ ରହିବ ଭୁବନେଶ୍ୱରର ରାସ୍ତାଘାଟ ଓ ଗଳିକନ୍ଦି । ୬ ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ପୋଲିସ କମିଶନରଙ୍କ ଥାନା ଆଇଆଇସିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ହୋଇଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଧରାବତରଣ କରିବେ ମା’ ଦୁର୍ଗା । ପୁରପଲ୍ଲୀ ଠାରୁ ସହର ବଜାର ସବୁଠି ଉତ୍ସବମୁଖର । ଭୁବନେଶ୍ବରରେ ମଧ୍ୟ ଦଶହରାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀରେ ଚଳିତବର୍ଷ ହେଉଥିବା ୧୮୮ ଟି ପୂଜା ମଣ୍ଡପର ସୁରକ୍ଷା ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ ଡିସିପିଙ୍କ ନେତୃତ୍ବରେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର,୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ଅପରାଧିକ କାର୍ଯ୍ୟକଳାପ ସହ ସହ ସିସିଟିଭି ଉପରେ ନଜର ରଖିବେ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ପୂର୍ବରୁ ବିଭିନ୍ନ ପୂଜା କମିଟି ଓ ଅନ୍ୟ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ଟ୍ରାଫିକ କଟକଣା ସହ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ନେଇ ଆଡ଼ଭାଇଜରି ଜାରି କରାଯାଇଛି । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୂଜା ଦେଖିବାକୁ ଗଲାବେଳେ ନିଜ ଘର ର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଛନ୍ତି ପୋଲିସ କମିଶନର । ରବିବାର ମହାଷ୍ଟମୀ ଥିବାରୁ ମହିଳା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସହିଦନଗର, ରସୁଲଗଡ଼, ନୂଆପଲ୍ଲୀ, ଝାରପଡା ଓ ପଳାଶୁଣି ଠାରେ ମହିଳା ପୋଲିସଙ୍କୁ ନିୟୋଜିତ କରାଯିବ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର