ଶୁଳିଆ ଜଙ୍ଗଲରେ ମହାବଳ ବାଘ ଆତଙ୍କ ! ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ

The Sakala Picture
Published On

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ସଲପଡିହ ବିଟ୍‌ ହାଉସ ଅନ୍ତର୍ଗତ ଶୁଳିଆ ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବାଘଟି ଏକ ଷଣ୍ଢକୁ ମାରି ତା ଶରୀରର କିଛି ଅଂଶ ଖାଇଛି। ବାଘକୁ କେହି ଦେଖି ନ ଥିବା ବେଳେ ଜଙ୍ଗଲର ବିଭିନ୍ନ ସ୍ଥାନରେ ତଥା ମୃତ ଷଣ୍ଢ ନିକଟରେ ପଡ଼ିଥିବା ପାଦ ଚିହ୍ନ ମହାବଳର ବୋଲି ସ୍ପଷ୍ଟ ବାରି ହୋଇଛି। ଏହି ଖବର ପ୍ରଘଟ ହେବା […]

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ସଲପଡିହ ବିଟ୍‌ ହାଉସ ଅନ୍ତର୍ଗତ ଶୁଳିଆ ଜଙ୍ଗଲରେ ମହାବଳ ବାଘର ପାଦ ଚିହ୍ନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବାଘଟି ଏକ ଷଣ୍ଢକୁ ମାରି ତା ଶରୀରର କିଛି ଅଂଶ ଖାଇଛି। ବାଘକୁ କେହି ଦେଖି ନ ଥିବା ବେଳେ ଜଙ୍ଗଲର ବିଭିନ୍ନ ସ୍ଥାନରେ ତଥା ମୃତ ଷଣ୍ଢ ନିକଟରେ ପଡ଼ିଥିବା ପାଦ ଚିହ୍ନ ମହାବଳର ବୋଲି ସ୍ପଷ୍ଟ ବାରି ହୋଇଛି। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନା ମୁତାବକ ଦୁଇ ଦିନ ପୂର୍ବେ ଟାଙ୍ଗୀ ରେଞ୍ଜ ପକ୍ଷରୁ ଶୁଳିଆ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବା ବେଳେ ବନ କର୍ମଚାରୀମାନେ ବାଘର ପାଦ ଚିହ୍ନ ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଶୁକ୍ରବାର ଉକ୍ତ ଅଞ୍ଚଳରେ ଏକ ଷଣ୍ଢ ମରି ପଡିଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ଅନୁସନ୍ଧାନ କରିବାରେ ଏକ ମହାବଳ ବାଘର ପାଦ ଚିହ୍ନ ବୋଲି ଜାଣିବାକୁ ପାଇଥିଲେ। ଏପରିକି ଆଖପାଖ ୯ ଗୋଟି ଗ୍ରାମର ଲୋକଙ୍କୁ ସତର୍କ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର