ସାତକୋଶିଆ ରିଜର୍ଭ ଜଙ୍ଗଲରେ ମହାବଳ ଆତଙ୍କ; ଖାଇଲା ୨ବଳଦ ଓ ୨ଗାଈ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରେ କଲରାପତରିଆ ଆତଙ୍କ ଥିବା ବେଳେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳିଯାଇଛି। ୨୧ ତାରିଖ ପୂର୍ବାହ୍ନରେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ମହୁଲଡିହା ଫରେଷ୍ଟ ବିଟ୍ ଅଧିନ ଭାଲିଆଡାଳ ଗ୍ରାମର ତିନି ଜଣଙ୍କର ୨ଟି ଗାଈ ଓ ୨ଟି ବଳଦ ମାରି ଖାଇଥିବା ଚିହ୍ନଟ କରିଛି ବନବିଭାଗ। ସୂଚନା ଅନୁଯାୟୀ, ସାତକୋଶିଆ ସୁରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ ନମ୍ବର ୧୪ରେ କ୍ରମାନ୍ୱୟରେ ମହାବଳ ବାଘ ଦୁଇ ଦିନ ଅନ୍ତରରେ ୪ଟି ଗାଈ ଓ ବଳଦ ମାରି ଖାଇଥିବା ଜଣାପଡିଛି। 

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ଘଟଣାରୁ ପ୍ରକାଶ ଯେ, ଭାଲିଆଡାଳ ଗ୍ରାମ (କିସୁନ ସାହି)ର ଖେଜୁରୀ ପୂର୍ତ୍ତିଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ, କୃପା ହେମ୍ବ୍ରମଙ୍କ ଗୋଟିଏ ବଳଦ ଏବଂ କାଣ୍ଡେରାମ ଜଙ୍କଙ୍କ ଗୋଟିଏ ଗାଈ ସାଳନ୍ଦୀ ନଦୀର (ବାଲିଦର) ନିକଟ ନିଘଞ୍ଚ ଜଙ୍ଗଲରେ ଦୁଇ ତିନି ଦିନ ଧରି ଖାଇଚାଲିଛି। ଗାଈ ବଳଦ ଚରିଚରି ବାଲିଦରକୁ ପାଣି ପିଇବାକୁ ଯାଇଥାନ୍ତି। ଲୋକେ ହଜିଥିବା ଗାଈବଳଦକୁ ଖୋଜାଖୋଜି କରି ଜଙ୍ଗଲରେ ଠାବ କରି ବୁଧବାର ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ରେଞ୍ଜର ରବୀନ୍ଦ୍ର ମହାନ୍ତ, ମହୁଲଡିହା ବନପାଳ ବିଶ୍ୱଜିତ୍ ମହାନ୍ତ, ସାତକୋଶିଆ ବନପାଳ ଗୌତମ ମହାନ୍ତ, ବନରକ୍ଷୀ ମକରଧ୍ବଜ ନାଏକ,ସନତ କୁମାର ମହାନ୍ତ ପ୍ରମୁଖ ଗ୍ରାମବାସୀଙ୍କ ସାହାୟତାରେ ଘଟଣାସ୍ଥଳରେ ପହଞ୍ଚି ମହାବଳ ବାଘ ଖାଇଥିବା ନିଶ୍ଚିତ ହୋଇଛନ୍ତି। ଠାକୁରମୁଣ୍ଡା ଗୋଷ୍ଠୀ ପଶୁଚିକିତ୍ସା ଅଧିକାରୀ ମନୋରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ପଶୁଚିକିତ୍ସକ ଜୟନ୍ତ ଘଣ୍ଟିଆଳି ବ୍ୟବଚ୍ଛେଦ କରିବା ପରେ ମଢଗୁଡିକୁ ବନବିଭାଗ ପୋଡ଼ି ଦେଇଥିବା ଜଣାପଡିଛି। ଏହା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଲାଗି ରହିଥିବାରୁ ମହାବଳ ବାଘର ଆତଙ୍କ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

21 Jan 2026 By Madhusudan Das

ସାତକୋଶିଆ ରିଜର୍ଭ ଜଙ୍ଗଲରେ ମହାବଳ ଆତଙ୍କ; ଖାଇଲା ୨ବଳଦ ଓ ୨ଗାଈ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରେ କଲରାପତରିଆ ଆତଙ୍କ ଥିବା ବେଳେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳିଯାଇଛି। ୨୧ ତାରିଖ ପୂର୍ବାହ୍ନରେ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ମହୁଲଡିହା ଫରେଷ୍ଟ ବିଟ୍ ଅଧିନ ଭାଲିଆଡାଳ ଗ୍ରାମର ତିନି ଜଣଙ୍କର ୨ଟି ଗାଈ ଓ ୨ଟି ବଳଦ ମାରି ଖାଇଥିବା ଚିହ୍ନଟ କରିଛି ବନବିଭାଗ। ସୂଚନା ଅନୁଯାୟୀ, ସାତକୋଶିଆ ସୁରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ ନମ୍ବର ୧୪ରେ କ୍ରମାନ୍ୱୟରେ ମହାବଳ ବାଘ ଦୁଇ ଦିନ ଅନ୍ତରରେ ୪ଟି ଗାଈ ଓ ବଳଦ ମାରି ଖାଇଥିବା ଜଣାପଡିଛି। 

ଘଟଣାରୁ ପ୍ରକାଶ ଯେ, ଭାଲିଆଡାଳ ଗ୍ରାମ (କିସୁନ ସାହି)ର ଖେଜୁରୀ ପୂର୍ତ୍ତିଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ, କୃପା ହେମ୍ବ୍ରମଙ୍କ ଗୋଟିଏ ବଳଦ ଏବଂ କାଣ୍ଡେରାମ ଜଙ୍କଙ୍କ ଗୋଟିଏ ଗାଈ ସାଳନ୍ଦୀ ନଦୀର (ବାଲିଦର) ନିକଟ ନିଘଞ୍ଚ ଜଙ୍ଗଲରେ ଦୁଇ ତିନି ଦିନ ଧରି ଖାଇଚାଲିଛି। ଗାଈ ବଳଦ ଚରିଚରି ବାଲିଦରକୁ ପାଣି ପିଇବାକୁ ଯାଇଥାନ୍ତି। ଲୋକେ ହଜିଥିବା ଗାଈବଳଦକୁ ଖୋଜାଖୋଜି କରି ଜଙ୍ଗଲରେ ଠାବ କରି ବୁଧବାର ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ରେଞ୍ଜର ରବୀନ୍ଦ୍ର ମହାନ୍ତ, ମହୁଲଡିହା ବନପାଳ ବିଶ୍ୱଜିତ୍ ମହାନ୍ତ, ସାତକୋଶିଆ ବନପାଳ ଗୌତମ ମହାନ୍ତ, ବନରକ୍ଷୀ ମକରଧ୍ବଜ ନାଏକ,ସନତ କୁମାର ମହାନ୍ତ ପ୍ରମୁଖ ଗ୍ରାମବାସୀଙ୍କ ସାହାୟତାରେ ଘଟଣାସ୍ଥଳରେ ପହଞ୍ଚି ମହାବଳ ବାଘ ଖାଇଥିବା ନିଶ୍ଚିତ ହୋଇଛନ୍ତି। ଠାକୁରମୁଣ୍ଡା ଗୋଷ୍ଠୀ ପଶୁଚିକିତ୍ସା ଅଧିକାରୀ ମନୋରଞ୍ଜନ ମହାପାତ୍ର ଏବଂ ସ୍ଥାନୀୟ ପଶୁଚିକିତ୍ସକ ଜୟନ୍ତ ଘଣ୍ଟିଆଳି ବ୍ୟବଚ୍ଛେଦ କରିବା ପରେ ମଢଗୁଡିକୁ ବନବିଭାଗ ପୋଡ଼ି ଦେଇଥିବା ଜଣାପଡିଛି। ଏହା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଲାଗି ରହିଥିବାରୁ ମହାବଳ ବାଘର ଆତଙ୍କ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର