ଭୁବନେଶ୍ବର ରେଳ ଷ୍ଟେସନରେ ‘ଆତ୍ମା’ କରିବ ଟିକେଟ ଚେକିଂ

The Sakala Picture
Published On

ଭୁବନେଶ୍ୱର: କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । ଯାହାର ନାମ ରହିଛି ‘ଆତ୍ମା’। ‘ଆତ୍ମା ହେଉଛି ଏକ ଅଟୋମେଟିକ ଚେକିଂ ଆକ୍ସେସ୍ ମେସିନ। ଭୁବନେଶ୍ବର ରେଳ ଷ୍ଟେସନରେ ଟଚ୍- ଫ୍ରି ଟିକେଟ୍ ଚେକିଂ କରିବା ଏହାର ଉଦ୍ଦେଶ୍ୟ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । ଏହାଦ୍ୱାରା କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ । କୋଭିଡ୍‌ ଗାଇଡ଼ଲାଇନକୁ ରକ୍ଷା କରିବା […]

ଭୁବନେଶ୍ୱର: କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । ଯାହାର ନାମ ରହିଛି ‘ଆତ୍ମା’। ‘ଆତ୍ମା ହେଉଛି ଏକ ଅଟୋମେଟିକ ଚେକିଂ ଆକ୍ସେସ୍ ମେସିନ। ଭୁବନେଶ୍ବର ରେଳ ଷ୍ଟେସନରେ ଟଚ୍- ଫ୍ରି ଟିକେଟ୍ ଚେକିଂ କରିବା ଏହାର ଉଦ୍ଦେଶ୍ୟ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । ଏହାଦ୍ୱାରା କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋଭିଡ୍‌ ଗାଇଡ଼ଲାଇନକୁ ରକ୍ଷା କରିବା ସହ ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

22 Jun 2021 By The Sakala

ଭୁବନେଶ୍ବର ରେଳ ଷ୍ଟେସନରେ ‘ଆତ୍ମା’ କରିବ ଟିକେଟ ଚେକିଂ

ଭୁବନେଶ୍ୱର: କରୋନା କଟକଣାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ ପକ୍ଷରୁ ଏକ ଇଲେକ୍‌ଟ୍ରୋନିକ୍ସ ସିଷ୍ଟମ ଲଗାଯାଇଛି । ଯାହାର ନାମ ରହିଛି ‘ଆତ୍ମା’। ‘ଆତ୍ମା ହେଉଛି ଏକ ଅଟୋମେଟିକ ଚେକିଂ ଆକ୍ସେସ୍ ମେସିନ। ଭୁବନେଶ୍ବର ରେଳ ଷ୍ଟେସନରେ ଟଚ୍- ଫ୍ରି ଟିକେଟ୍ ଚେକିଂ କରିବା ଏହାର ଉଦ୍ଦେଶ୍ୟ । ଭୁବନେଶ୍ବରରେ ‘ଆତ୍ମା’ କରିବ ଟିକେଟ ଚେକିଂ । ଏହାଦ୍ୱାରା କରୋନାରୁ ସୁରକ୍ଷିତ ରହିବେ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଟିଟିଇ ।

କୋଭିଡ୍‌ ଗାଇଡ଼ଲାଇନକୁ ରକ୍ଷା କରିବା ସହ ବିନା ସ୍ପର୍ଶରେ କିପରି ଯାତ୍ରୀଙ୍କ ଟିକେଟ ଚେକିଂ ହୋଇପାରିବ, ତାହା ହିଁ ଏହି ମେସିନର ମୂଳ ଲକ୍ଷ୍ୟ। ବିଶେଷକରି ଯେଉଁମାନେ E-Ticket- ଧାରୀ ସେମାନଙ୍କ ପାଇଁ ମୁଖ୍ୟତଃ କାମ କରିବ ୪ଟି ମେସିନ । ଟିକେଟର ବାରକୋଡକୁ ଏହି ମେସିନ କ୍ୟାମେରା ସ୍କାନ କରି ଟିକେଟ କନଫର୍ମ ହୋଇଛି କି ନାହିଁ ଏବଂ ଟିକେଟର ସମସ୍ତ ଡିଟେଲ ଜାଣିବ ।

ଉକ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବ । ଯାତ୍ରୀ ଜଣଙ୍କ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଏହି ମେସିନ ସ୍କାନ କରିବ । ଏହା ସମ୍ପୂର୍ଣ୍ଣ ଟଚ୍‌ ଫ୍ରି ସିଷ୍ଟମ । ଆସନ୍ତାକାଲି ପୁରୀ ରେଳ ଷ୍ଟେସନରେ ମଧ୍ୟ ଏହିଭଳି ଆଉ ଏକ ମେସିନ ସ୍ଥାପନ କରାଯିବ । ଏଥିପାଇଁ PPL ପକ୍ଷରୁ ୫ ଲକ୍ଷ ଟଙ୍କା ଵ୍ୟୟ କରାଯାଇଛି । ଏହି ମେସିନ ଯୋଗୁଁ ରେଳ କର୍ମଚାରୀ, ବିଶେଷକରି ଯେଉଁମାନେ ଟିକେଟ ଚେକିଂ ପାଇଁ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର