ଟ୍ୱିନସିଟିରେ କାଳବୈଶାଖୀ : ହଠାତ୍‌ ମାଡି ଆସିଲା ଧୂଳି ଝଡ, ଅନ୍ଧକାର ହୋଇଗଲା ସହର, ଦେଖନ୍ତୁ ଭିଡିଓ….

The Sakala Picture
Published On

ଭୁବନେଶ୍ବର : ଟ୍ବିନ ସିଟିରେ କାଳବୈଶାଖୀର ତାଣ୍ଡବ । ୨୦୨୧ର ପ୍ରଥମ ବର୍ଷାରେ ଭିଜିଲା ଟ୍ବିନ ସିଟି। ବିଭିନ୍ନ ଅଞ୍ଚଳରେ ପବନ ଓ ବର୍ଷା ସହ ଘୂର୍ଣ୍ଣଝଡ ହୋଇଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ପୂର୍ବରୁ ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଯାଇଥିଲା। A fellow pillion #bikerbhaina from #bhubaneswar shared it saying #MoBus🚌 is going strong amidst heavy winds, thunderstorms.Please do take care of yourself Bhaina! Ride Safe. #Bhubaneswar […]

ଭୁବନେଶ୍ବର : ଟ୍ବିନ ସିଟିରେ କାଳବୈଶାଖୀର ତାଣ୍ଡବ । ୨୦୨୧ର ପ୍ରଥମ ବର୍ଷାରେ ଭିଜିଲା ଟ୍ବିନ ସିଟି। ବିଭିନ୍ନ ଅଞ୍ଚଳରେ ପବନ ଓ ବର୍ଷା ସହ ଘୂର୍ଣ୍ଣଝଡ ହୋଇଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ପୂର୍ବରୁ ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜନଗର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ, 'ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ'


ମଧ୍ୟାହ୍ନରେ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଗରମ ପବନ ବହିବା ପରିବେଶକୁ ଅଧିକ ଉତପ୍ତ କରିଥିଲା। ଏହାପରେ ସନ୍ଧ୍ୟା ସମୟରେ ହଠାତ ଝଡତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା। ଅଚାନକ ଝଡତୋଫାନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ଏହା ପ୍ରଥମ କାଳବୈଶାଖୀ ଅନୁଭୂତ ହୋଇଛି।ରାଜଧାନୀରେ ବର୍ଷା ଯୋଗୁଁ ମାଟି ଓଦା ହୋଇଯାଇଥିବାରୁ ଆଗାମୀ କିଛି ଦିନ ପାଇଁ ତାତିରୁ ନିସ୍ତାର ମିଳିବ। ଝଡ ଯୋଗୁ ବିସ୍ତିର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ତେବେ ଝଡତୋଫାନ ଯୋଗୁ ରାଜଧାନୀରେ ହୋଇଥିବା କ୍ଷୟକ୍ଷତିର ବିସ୍ତିର୍ଣ୍ଣ ବିବରଣୀକୁ ଅପେକ୍ଷା କରାଯାଇଛି।


ଏହି ସମୟରେ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିବାର ରେକର୍ଡ କରାଯାଇଛି । ପୂର୍ବରୁ କାଳବୈଶାଖୀ ନେଇ ସଚେତନ କରିଥିଲା ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ। ଭୁବନେଶ୍ୱରରେ ଶନିବାର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସରେ ପହଞ୍ଚିଥିବା ବେଳେ ଏହି ସମୟରେ କଟକରେ ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରି ସେଲସିୟସ୍‌ ଥିଲା। ତେବେ ଝଡ଼ତୋଫାନ ଓ ବର୍ଷା ପାଗରେ ପରିବର୍ତ୍ତନ ଆଣିଛି।


ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି। ୨୮ ତାରିଖ ସକାଳ ୮ଟା ୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ। ତେବେ ପୂର୍ବ ଓ ଉତ୍ତର ଓଡିଶାରେ ଏଭଳି ପାଣିପାଗ ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ହିଟୱେଭର ସମ୍ଭାବନା ରହିଛି।


୩୧ ତାରିଖ ସକାଳ ୮ଟା ୩୦ରୁ ଏପ୍ରିଲ ୧ ସକାଳ ୮ଟା ୩୦ ଏଜେନ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ହିଟୱେଭ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ହିଟୱେଭକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp