ଭୁବନେଶ୍ୱର ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ନାବାଳିକା ସମେତ ୩ମୃତ
ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ କେନାଲ ରୋଡ୍ରେ ଥିବା ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ନିଆଁ ଲାଗି ୩ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀ ଓ ମହିଳା କେୟାର ଟେକର ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ହେଲେ ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା ।
ଆଜି ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କ ରୁମରେ ପ୍ରଥମେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଦ୍ରୁତ ଗତିରେ ନିଆଁ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ । ଅନିଶ୍ବାସୀ ହୋଇଯାଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ୨୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣା ପଡି ନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।