କୁହୁଡ଼ି ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

The Sakala Picture
Published On

ଭୁବନେଶ୍ବର: ରାଜ୍ୟର ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଇଏମ୍‌ଡିଠାରୁ ଏହି ସୂଚନା ପାଇବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)  ଏହି ତିନି ଜିଲ୍ଲାର ପୁଲିସ୍ ଓ ପରିବହନ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। କୁହୁଡ଼ି ସମୟରେ ରାଜପଥଗୁଡ଼ିକରେ ଯେମିତି କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ସେମାନଙ୍କୁ କହିଛନ୍ତି। ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର […]

ଭୁବନେଶ୍ବର: ରାଜ୍ୟର ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଇଏମ୍‌ଡିଠାରୁ ଏହି ସୂଚନା ପାଇବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)  ଏହି ତିନି ଜିଲ୍ଲାର ପୁଲିସ୍ ଓ ପରିବହନ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। କୁହୁଡ଼ି ସମୟରେ ରାଜପଥଗୁଡ଼ିକରେ ଯେମିତି କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ସେମାନଙ୍କୁ କହିଛନ୍ତି। ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ଓ ରାତିରେ ଏବଂ ରବିବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ ଓ କଳାହଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

22 Nov 2024 By The Sakala

କୁହୁଡ଼ି ପାଇଁ ୩ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ରାଜ୍ୟର ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆଇଏମ୍‌ଡିଠାରୁ ଏହି ସୂଚନା ପାଇବା ପରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)  ଏହି ତିନି ଜିଲ୍ଲାର ପୁଲିସ୍ ଓ ପରିବହନ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। କୁହୁଡ଼ି ସମୟରେ ରାଜପଥଗୁଡ଼ିକରେ ଯେମିତି କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ଆରସି ସେମାନଙ୍କୁ କହିଛନ୍ତି। ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ଓ ରାତିରେ ଏବଂ ରବିବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ ଓ କଳାହଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

https://www.thesakala.in/latest-odisha-news/three-districts-advised-to-be-alert-for-fog/article-36757
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର