ଏଥର ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ କମିଟି ସଦସ୍ୟ

The Sakala Picture
Published On

ଭୁବନେଶ୍ବର: ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ପ୍ରଥମ ଥର ପାଇଁ ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୁଲିସ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଳପୂଜା। ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ ଟି […]

ଭୁବନେଶ୍ବର: ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ପ୍ରଥମ ଥର ପାଇଁ ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୁଲିସ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଆଜିଠୁ ଆରମ୍ଭ ହୋଇଛି ମାଆଙ୍କ ଷୋଳପୂଜା। ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବବର୍ଷ ଭଳି ଧୂମଧାମରେ କିପରି ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୁଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି। ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଭସାଣୀ ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି। ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର