ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ; ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଦ ପୂରଣ ନିମନ୍ତେ ମାଷ୍ଟର୍‌ପ୍ଲାନ୍‌‌

The Sakala Picture
Published On

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଦି ବିଭାଗରେ ଖାଲି ପଦ ପୂରଣ କରାଯିବ। ସେହିପରି ପୁଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର […]

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ହେବ ବିପୁଳ ନିଯୁକ୍ତିର ବର୍ଷ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଆଦି ବିଭାଗରେ ଖାଲି ପଦ ପୂରଣ କରାଯିବ। ସେହିପରି ପୁଲିସ ବିଭାଗରେ ମଧ୍ୟ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ସାଧାରଣ ପ୍ରଶାସନ ବିଭାଗକୁ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ରାଜ୍ୟରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଶିକ୍ଷକ ନିଯୁକ୍ତି ଜାରି ରହିଥିବା ବେଳେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ଜାରି ରହିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଦେଶର ନିଯୁକ୍ତି କେନ୍ଦ୍ର ପାଲଟିବାକୁ ଯାଉଥିବା ବେଳେ ସେହି ଅନୁଯାୟୀ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଉଛି। ଏହିକ୍ରମରେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ଏକ ନିର୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବ। ସେହିପରି ସମସ୍ତ ବିଭାଗ ଯେପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆବଶ୍ୟକୀୟ ନିଯୁକ୍ତି ପ୍ରଦାନ କରିପାରିବେ ସେନେଇ ଏକ ନିଯୁକ୍ତି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ଏଭଳି ନକ୍ସା ଆଙ୍କୁଥିବା ବେଳେ ଚଳିତ ବର୍ଷ ଯୁବକ ଯୁବତୀଙ୍କ ପାଇଁ ମେଗା ନିଯୁକ୍ତିର ବର୍ଷ ହେବ ବୋଲି ଆକଳନ କରାଯାଉଛି। ଆଗାମୀ ୧୭ ତାରିଖରେ ସଚିବସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ରାଜ୍ୟରେ ପ୍ରଶାସନକୁ ଅଧିକରୁ ଅଧିକ କ୍ରିୟାଶୀଳ ଏବଂ ଲୋକକୈନ୍ଦ୍ରୀକ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ‘୫-ଟି’ ଏବଂ ମୋ ସରକାରର ଉପକ୍ରମକୁ ଉପଯୋଗ କରି ରାଜ୍ୟ ପ୍ରଶାସନ ପ୍ରତିଟି ସେବା ଏବଂ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇ ଆସୁଛି। ଏହାକୁ ଅଧିକ କ୍ରିୟାଶୀଳ କରିବା ପ୍ରଶାସନିକ ପ୍ରସ୍ତୁତି କରାଯାଊଛି। ଏହା ସହ ଲୋକହିତକର ଯୋଜନାଗୁଡ଼ିକ ନେଇ ସରକାରୀ ପ୍ରତିବଦ୍ଧତାର ପରିପୂରଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର ଯେଉଁ ପ୍ରମୁଖ ଘୋଷଣା କରିଥିଲେ ତାହା କେତେମାତ୍ରାରେ ପୂରଣ ହୋଇଛି ଏବଂ ଏ ନେଇ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ପ୍ରଶାସନିକ ସ୍ତରରେ ସମୀକ୍ଷା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଯେଉଁ ବଡ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତାହାର କାର୍ଯ୍ୟକାରିତା ସହ ପ୍ରକଳ୍ପୱାରୀ ସମୀକ୍ଷା କରାଯିବ। ରାଜ୍ୟର ବିତ୍ତୀୟ ପରିଚାଳନା ଦେଶର ଅନ୍ୟ ବଡ଼ ରାଜ୍ୟ ତୁଳନାରେ ଖୁବ୍‌‌ ଭଲସ୍ଥିତିରେ ଥିବା ବେଳେ ଆର୍ଥିକ ପ୍ରଗତିକୁ ମଧ୍ୟ ରାଜ୍ୟ ସରକାର ସମାନ ଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି। ତେଣୁ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ସ୍ଥିତି ଉପରେ ଆଲୋଚନା କରାଯିବ। ଏଥିପାଇଁ ଆସନ୍ତା ୧୭ ତାରିଖରେ ସଚିବସ୍ତରରେ ଏକ ବୈଠକ ଆହ୍ୱାନ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବୈଠକରେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟରୁ ଯେପରି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରିବ ସେନେଇ ଆଲୋଚନା ହେବା ସହ ଯୁବକମାନଙ୍କ ଦକ୍ଷତା ବିକାଶ ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସରକାର ଅଧୀନରେ ସାଧାରଣ ଲୋକଙ୍କଠାରୁ ଫିଡବ୍ୟାକ୍‌‌ ସଂଗ୍ରହ କରାଯାଇ ସେହି ଅନୁଯାୟୀ ରାଜ୍ୟ ପ୍ରଶାସନର ବିଭିନ୍ନ ଅଙ୍ଗକୁୁ କ୍ରିୟାଶୀଳ କରାଯାଇପାରୁଛି। ଅତଏବ ମୋ ସରକାରର ଏହି ଫିଡବ୍ୟାକ୍‌‌ ପ୍ରକ୍ରିୟାକୁ ଅଧିକ କିପରି ତ୍ୱରାନ୍ୱିତ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହେବା ନେଇ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୋ ସେବା କେନ୍ଦ୍ର ସହ ଅଧିକରୁ ଅଧିକ ଜନସେବାକୁ ଯୋଡ଼ିବା ପାଇଁ ବୈଠକରେ ଆଲୋଚନା ହେବ। ସାଧାରଣ ଲୋକଙ୍କ ଦୁଆରେ ଯେପରି ଅଧିକରୁ ଅଧିକ ମାତ୍ରାରେ ସରକାରୀ ସେବା ପହଞ୍ଚିପାରିବ ସେନେଇ ତାହା ବୈଠକର ଏଜେଣ୍ଡାରେ ସ୍ଥାନ ପାଇଛି। ଅନ୍ୟପକ୍ଷରେ ରାଜ୍ୟର ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ନିକଟରେ ପରାମର୍ଶ ଦିଆଯାଇଥିବା ବେଳେ ଏନେଇ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର