ଏହି ୪ ଜିଲ୍ଲାବାସୀ ରୁହନ୍ତୁ ସତର୍କ : ଆସନ୍ତା ୩ ଘଣ୍ଟା ମଧ୍ୟରେ ହେବ ଘୂର୍ଣ୍ଣିବଳୟ, ବଜ୍ରପାତ ସହ ହେବ କୁଆପଥର ବର୍ଷା

The Sakala Picture
Published On

ଭୁବନେଶ୍ବର : ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଦିନବେଳା ଟାଣଖରା ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ତେବେ ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହେବ କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରିଛି। ଆସନ୍ତା ତିନି ଘଣ୍ଟା ମଧ୍ୟରେ […]

ଭୁବନେଶ୍ବର : ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଦିନବେଳା ଟାଣଖରା ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ତେବେ ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହେବ କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଆସନ୍ତା ତିନି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସହିତ ୪୦ରୁ ୫୦ କିଲୋମିଟର ବଗେରେ ପବନବହିବ। ଏଥି ସହିତ କୁଆପଥର, ବଜ୍ରପାତ ହେବା ସହ ପ୍ରବଳ ବର୍ଷା ହେବ। ରାୟଗଡା, କଳାହାଣ୍ଡି,କନ୍ଧମାଳ ଓ ବୌଦ୍ଧ ଉପରେ ଏହାର ପ୍ରଭାବ ପଡିବ। ଏହି ସମୟରେ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ୯ ତାରିଖରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୋଳ କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ସହ ଦିନରେ ଟାଣ ଖରା ହେବ। ଆଜି ଓ କାଲି ପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର