ଏହି ୪ ଜିଲ୍ଲାବାସୀ ରୁହନ୍ତୁ ସତର୍କ : ଆସନ୍ତା ୩ ଘଣ୍ଟା ମଧ୍ୟରେ ହେବ ଘୂର୍ଣ୍ଣିବଳୟ, ବଜ୍ରପାତ ସହ ହେବ କୁଆପଥର ବର୍ଷା

The Sakala Picture
Published On

ଭୁବନେଶ୍ବର : ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଦିନବେଳା ଟାଣଖରା ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ତେବେ ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହେବ କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରିଛି। ଆସନ୍ତା ତିନି ଘଣ୍ଟା ମଧ୍ୟରେ […]

ଭୁବନେଶ୍ବର : ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଦିନରେ ତାତି ସହିତ ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହେଉଛି । ଦିନବେଳା ଟାଣଖରା ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହୁଛି। ତେବେ ଏହାରି ମଧ୍ୟରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୩ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହେବ କୁଆପଥର ବର୍ଷା ନେଇ ୪ ଜିଲ୍ଲାକୁ ସତର୍କ କରିଛି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଆସନ୍ତା ତିନି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସହିତ ୪୦ରୁ ୫୦ କିଲୋମିଟର ବଗେରେ ପବନବହିବ। ଏଥି ସହିତ କୁଆପଥର, ବଜ୍ରପାତ ହେବା ସହ ପ୍ରବଳ ବର୍ଷା ହେବ। ରାୟଗଡା, କଳାହାଣ୍ଡି,କନ୍ଧମାଳ ଓ ବୌଦ୍ଧ ଉପରେ ଏହାର ପ୍ରଭାବ ପଡିବ। ଏହି ସମୟରେ ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ୯ ତାରିଖରେ ବର୍ଷା ସହ ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ଅନୁଗୋଳ କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବା ସହ ଦିନରେ ଟାଣ ଖରା ହେବ। ଆଜି ଓ କାଲି ପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର