ପଞ୍ଚାୟତ ନିର୍ବାଚନ ପରେ ରାଜ୍ଯରେ ହେବ ପୌର ନିର୍ବାଚନ

The Sakala Picture
Published On

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି […]

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି କରିବ । ଯଦି ସବୁକିଛି ଠିକ ରହିଲା ତେବେ ଏପ୍ରିଲ ମାସ ବେଳକୁ ନିର୍ବାଚନ କମିଶନ ପୌର ଭୋଟ୍ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚିଠା ସଂରକ୍ଷଣ ତାଲିକା ଜାରି କରିଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ କିଛି ଜିଲ୍ଲାରେ ତାଲିକା ଜାରି ହେବ । ୨୦୧୧ ଜନଗଣନାକୁ ଆଖିରେ ରଖି ଓଡ଼ିଶା ମ୍ୟୁନିସପାଲଟି ଆଇନ ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହୋଇଛି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ରାଜ୍ୟର ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟକାଳ ଦୀର୍ଘଦିନ ହେବ ପୂରିଲାଣି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ସହ ପଦବୀ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ପୌର ଆଇନ ଅନୁସାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୂଚନାଯୋଗ୍ୟ, ରାଜ୍ୟରେ ୧୧୫ଟି ପୌରସଂସ୍ଥା ଅଛି । ଏଥିରୁ ୪୭ ମ୍ୟୁନିସପାଲଟି ଓ ୫୮ ଏନଏସିରେ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ସହ କେନ୍ଦ୍ରପଡ଼ା ପୌରପାଳିକା, ନୂଆପଡା, ଓଡ଼ଗାଁ ଏନଏସିକୁ ନେଇ କୋର୍ଟରେ ମାମଲା ଥିବାରୁ ଏଗୁଡ଼ିକୁ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ହିନ୍ଦୋଳ ଓ ଅତାବିରା ଏନଏସିରେ ନିର୍ବାଚିତ ପରିଷଦର କାର୍ୟ୍ୟକାଳ ପୂରିନାହିଁ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରମାନେ ଆସନ୍ତା ୧୫ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ ।

10 Nov 2021 By The Sakala

ପଞ୍ଚାୟତ ନିର୍ବାଚନ ପରେ ରାଜ୍ଯରେ ହେବ ପୌର ନିର୍ବାଚନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ସଙ୍କେତ ଦେଲେ ରାଜ୍ୟ ସରକାର । ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପରେ ଜନସାଧାରଣଙ୍କୁ ଆପତ୍ତି ଅଭିଯୋଗ ମଗାଯାଇଛି । ନଭେମ୍ବର ୨୯ ସୁଦ୍ଧା ଜିଲ୍ଲାପାଳମାନେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପରିବେ । କିଛି ଆପତ୍ତି ଥିଲେ ଜନସାଧାରଣ ଡିସେମ୍ବର ୧୨ ତାରିଖ ମଧ୍ୟରେ ନଗର ଉନ୍ନୟନ ବିଭାଗରେ ଆବେଦନ କରିପାରିବେ । ଜାନୁଆରୀ ୨୦ରେ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ତାଲିକା ଜାରି କରିବ । ଯଦି ସବୁକିଛି ଠିକ ରହିଲା ତେବେ ଏପ୍ରିଲ ମାସ ବେଳକୁ ନିର୍ବାଚନ କମିଶନ ପୌର ଭୋଟ୍ କରିପାରନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ ।

ସୂଚନାଯୋଗ୍ୟ, ଜିଲ୍ଲାପାଳମାନେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଚିଠା ସଂରକ୍ଷଣ ତାଲିକା ଜାରି କରିଛନ୍ତି । ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ବିଜ୍ଞପ୍ତି ପ୍ରକାଶ ହୋଇଥିବା ବେଳେ କିଛି ଜିଲ୍ଲାରେ ତାଲିକା ଜାରି ହେବ । ୨୦୧୧ ଜନଗଣନାକୁ ଆଖିରେ ରଖି ଓଡ଼ିଶା ମ୍ୟୁନିସପାଲଟି ଆଇନ ଆଧାରରେ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ହୋଇଛି ।

ରାଜ୍ୟର ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟକାଳ ଦୀର୍ଘଦିନ ହେବ ପୂରିଲାଣି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳମାନେ ୱାର୍ଡ ପୁନର୍ଗଠନ ସହ ପଦବୀ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ପୌର ଆଇନ ଅନୁସାରେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ପଛୁଆବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ୧୧୫ଟି ପୌରସଂସ୍ଥା ଅଛି । ଏଥିରୁ ୪୭ ମ୍ୟୁନିସପାଲଟି ଓ ୫୮ ଏନଏସିରେ ଭୋଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ସହ କେନ୍ଦ୍ରପଡ଼ା ପୌରପାଳିକା, ନୂଆପଡା, ଓଡ଼ଗାଁ ଏନଏସିକୁ ନେଇ କୋର୍ଟରେ ମାମଲା ଥିବାରୁ ଏଗୁଡ଼ିକୁ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ହିନ୍ଦୋଳ ଓ ଅତାବିରା ଏନଏସିରେ ନିର୍ବାଚିତ ପରିଷଦର କାର୍ୟ୍ୟକାଳ ପୂରିନାହିଁ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରମାନେ ଆସନ୍ତା ୧୫ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚିଠା ତାଲିକା ନଗର ଉନ୍ନୟନ ବିଭାଗକୁ ଦେବେ ।

https://www.thesakala.in/latest-odisha-news/there-will-be-municipal-elections-in-the-state-after-the-panchayat-elections/article-6738
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର