ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର : ରବିବାର ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ବିଷୁବ ରେଖା ନିକଟସ୍ଥ ଭାରତ ମହାସାଗର ଏବଂ ତତ୍‍ସଂଲଗ୍ନ ମାଲକା ଷ୍ଟ୍ରେଟ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିଛି। ଏହା ଏହି ଅଞ୍ଚଳରେ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଦକ୍ଷିଣ ଭାରତ ଉପକୂଳମୁହାଁ […]

ଭୁବନେଶ୍ୱର : ରବିବାର ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ବିଷୁବ ରେଖା ନିକଟସ୍ଥ ଭାରତ ମହାସାଗର ଏବଂ ତତ୍‍ସଂଲଗ୍ନ ମାଲକା ଷ୍ଟ୍ରେଟ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିଛି। ଏହା ଏହି ଅଞ୍ଚଳରେ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଦକ୍ଷିଣ ଭାରତ ଉପକୂଳମୁହାଁ ହୋଇପାରେ ବୋଲି ଆକଳନ କରାଯାଇଛି। ଅନ୍ୟପଟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ ହୋଇଥିବା ବେଳେ ରବିବାର ଅନେକ ଅଞ୍ଚଳରେ ଘନ କୁହୁଡ଼ି ହୋଇଛି। ଫୁଲବାଣୀ ଓ ସୋନପୁରରେ ଘନ କୁହୁଡ଼ି ହୋଇଥିବା ବେଳେ ଏଠାରେ ଦୃଶ୍ୟମାନ କ୍ଷମତା ୧୦୦ ମିଟରକୁ ଖସିଆସିଛି। ସେହିପରି କଟକ, ଅନୁଗୁଳ, କଳାହାଣ୍ଡି, ଭବାନୀପାଟଣା, ଟିଟଲାଗଡ଼ ଓ କୋରାପୁଟ ଆଦି ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ହୋଇଛି। ସମ୍ପ୍ରତି ରାଜ୍ୟକୁ ପ୍ରଚୁରମାତ୍ରାରେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି। ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତିର ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ହୋଇଥିବା ବେଳେ କୁହୁଡ଼ି ହେବା ପାଇଁ ମଧ୍ୟ ସହାୟକ ହେଉଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ରାତିତାପମାତ୍ରା ସ୍ୱାଭାବିକଠାରୁ ୮ ଡିଗ୍ରୀ ଅଧିକ ଥିବା ବେଳେ ବାକି ଅଞ୍ଚଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସିବା ଯୋଗୁଁ ତାପମାତ୍ରା ହ୍ରାସ ପାଇବ। ଅଧିକାଂଶ ଅଞ୍ଚଳରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ଯୋଗୁଁ ବର୍ତ୍ତମାନ ଅପେକ୍ଷା ଥଣ୍ଡା ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର