ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା

The Sakala Picture
Published On

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ସମୟରେ ଲୋକେ ସତର୍କ ରହିବା ଜରୁରୀ ରହିଛି, ଏହି ସମୟରେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ଏବଂ ବଜ୍ରପାତ ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । […]

ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ଆଶଙ୍କା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ସମୟରେ ଲୋକେ ସତର୍କ ରହିବା ଜରୁରୀ ରହିଛି, ଏହି ସମୟରେ ଘରୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ବର୍ଷା ସହ ପବନ ଏବଂ ବଜ୍ରପାତ ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସତର୍କତା ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ଆଶଙ୍କା କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର