ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କେନ୍ଦ୍ର ଅବହେଳାକୁ ନେଇ ରହିଛି ଅନେକ ପ୍ରଶ୍ନ: ବିଜେଡି

The Sakala Picture
Published On

ପଦ୍ମପୁର: ପଦ୍ମ ପୁରରେ ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଆସୁଥିବା ବେଳେ ସେମାନଙ୍କୁ ନିଜର ସମସ୍ୟା ଜଣାଇବା ସହିତ କେନ୍ଦ୍ର ଅବହେଳାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଲାଗି ପଦ୍ମପୁରବାସୀ ଅପେକ୍ଷା କରିଥିବା କହିଛନ୍ତି ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ । ଶ୍ରୀ ବାବୁ କହିଛନ୍ତି ଯେ ପଦ୍ମପୁରର ଲୋକମାନେ ପଦ୍ମପୁର ରେଳଲାଇନକୁ କାହିଁକି ଅଟକାଯାଇଛି ସେନେଇ ପ୍ରଶ୍ନ ପଚାରିବାକୁ ଅପେକ୍ଷା କରିଛନ୍ତି । ସେହିଭଳି କେନ୍ଦ୍ର କାହିଁକି ସେମାନଙ୍କ ଫସଲ […]

ପଦ୍ମପୁର: ପଦ୍ମ ପୁରରେ ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଆସୁଥିବା ବେଳେ ସେମାନଙ୍କୁ ନିଜର ସମସ୍ୟା ଜଣାଇବା ସହିତ କେନ୍ଦ୍ର ଅବହେଳାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଲାଗି ପଦ୍ମପୁରବାସୀ ଅପେକ୍ଷା କରିଥିବା କହିଛନ୍ତି ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ । ଶ୍ରୀ ବାବୁ କହିଛନ୍ତି ଯେ ପଦ୍ମପୁରର ଲୋକମାନେ ପଦ୍ମପୁର ରେଳଲାଇନକୁ କାହିଁକି ଅଟକାଯାଇଛି ସେନେଇ ପ୍ରଶ୍ନ ପଚାରିବାକୁ ଅପେକ୍ଷା କରିଛନ୍ତି । ସେହିଭଳି କେନ୍ଦ୍ର କାହିଁକି ସେମାନଙ୍କ ଫସଲ ବୀମା ଟଙ୍କାକୁ ଅଟକାଇ ରଖିଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାପ ଏବଂ ଚାଷୀଙ୍କ କ୍ରୋଧକୁ ଦେଖିବା ପରେ ଏହାକୁ ମଞ୍ଜୁର କରିଥିଲା ସେ ସଂକ୍ରାନ୍ତରେ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ପାରିତ ସର୍ବସମ୍ମତ ସଙ୍କଳ୍ପ ଯାହାକୁ କି ବିଜେଡି ଓ ଅନ୍ୟ ଦଳର ବିଧାୟକଙ୍କ ସମେତ ବିଜେପି ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ। ତାହା ଏପର୍ଯ୍ୟନ୍ତ କାହିଁକି ଧାର୍ଯ୍ୟ ହୋଇପାରୁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପଦ୍ମପୁରର ଚାଷୀମାନେ ପ୍ରଶ୍ନ କରିବେ ବୋଲି ଶ୍ରୀ ବାବୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

କେନ୍ଦ୍ର ଦ୍ୱାରା କେନ୍ଦୁପୁତ୍ର ଉପରେ କାହିଁକି ୧୮% ଜିଏସ୍‍ଟି ଆଦାୟ କରାଗଲା ଯାହା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କଲା, ଯେଉଁମାନଙ୍କ ମଧ୍ୟରେ ଅନେକ ପଦ୍ମପୁରର ଅଧିବାସୀ ବି ରହିଛନ୍ତି । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ କେନ୍ଦୁପତ୍ର ତୋଳାଳୀମାନେ ପ୍ରଶ୍ନ କରିବେ ବୋଲି ବିଜେଡି ପ୍ରବକ୍ତା ଶ୍ରୀ ବାବୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

25 Nov 2022 By The Sakala

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କେନ୍ଦ୍ର ଅବହେଳାକୁ ନେଇ ରହିଛି ଅନେକ ପ୍ରଶ୍ନ: ବିଜେଡି

ପଦ୍ମପୁର: ପଦ୍ମ ପୁରରେ ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଆସୁଥିବା ବେଳେ ସେମାନଙ୍କୁ ନିଜର ସମସ୍ୟା ଜଣାଇବା ସହିତ କେନ୍ଦ୍ର ଅବହେଳାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ଲାଗି ପଦ୍ମପୁରବାସୀ ଅପେକ୍ଷା କରିଥିବା କହିଛନ୍ତି ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ । ଶ୍ରୀ ବାବୁ କହିଛନ୍ତି ଯେ ପଦ୍ମପୁରର ଲୋକମାନେ ପଦ୍ମପୁର ରେଳଲାଇନକୁ କାହିଁକି ଅଟକାଯାଇଛି ସେନେଇ ପ୍ରଶ୍ନ ପଚାରିବାକୁ ଅପେକ୍ଷା କରିଛନ୍ତି । ସେହିଭଳି କେନ୍ଦ୍ର କାହିଁକି ସେମାନଙ୍କ ଫସଲ ବୀମା ଟଙ୍କାକୁ ଅଟକାଇ ରଖିଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାପ ଏବଂ ଚାଷୀଙ୍କ କ୍ରୋଧକୁ ଦେଖିବା ପରେ ଏହାକୁ ମଞ୍ଜୁର କରିଥିଲା ସେ ସଂକ୍ରାନ୍ତରେ ମଧ୍ୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବେ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ପାରିତ ସର୍ବସମ୍ମତ ସଙ୍କଳ୍ପ ଯାହାକୁ କି ବିଜେଡି ଓ ଅନ୍ୟ ଦଳର ବିଧାୟକଙ୍କ ସମେତ ବିଜେପି ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ। ତାହା ଏପର୍ଯ୍ୟନ୍ତ କାହିଁକି ଧାର୍ଯ୍ୟ ହୋଇପାରୁ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପଦ୍ମପୁରର ଚାଷୀମାନେ ପ୍ରଶ୍ନ କରିବେ ବୋଲି ଶ୍ରୀ ବାବୁ କହିଛନ୍ତି ।

କେନ୍ଦ୍ର ଦ୍ୱାରା କେନ୍ଦୁପୁତ୍ର ଉପରେ କାହିଁକି ୧୮% ଜିଏସ୍‍ଟି ଆଦାୟ କରାଗଲା ଯାହା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କଲା, ଯେଉଁମାନଙ୍କ ମଧ୍ୟରେ ଅନେକ ପଦ୍ମପୁରର ଅଧିବାସୀ ବି ରହିଛନ୍ତି । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ କେନ୍ଦୁପତ୍ର ତୋଳାଳୀମାନେ ପ୍ରଶ୍ନ କରିବେ ବୋଲି ବିଜେଡି ପ୍ରବକ୍ତା ଶ୍ରୀ ବାବୁ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର