କଟକର ୪ ନୂଆ ରୁଟରେ ଗଡ଼ିବ ୩୦ଟି ମୋ ବସ୍

The Sakala Picture
Published On

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇ ଆସୁଛି। ଯାହାଦ୍ବାରା ଜନସାଧାରଣଙ୍କ ଦୈନଦିନ ଯାତ୍ରାରେ ବେସ ସହାୟକ ହେଉଛି।  ଯାତ୍ରୀଙ୍କ କ୍ରମାଗତ ଅନୁରୋଧ ପରେ କଟକ ସହର ମଧ୍ୟରେ କିଛି ନୂଆ ରୁଟ୍‌ରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ବସକୁ ପୁନରୁଦ୍ଧାର କରି ଉକ୍ତ ବସ ଗୁଡିକରେ ଆଧୂନିକ ସୁବିଧା ସହିତ […]

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇ ଆସୁଛି। ଯାହାଦ୍ବାରା ଜନସାଧାରଣଙ୍କ ଦୈନଦିନ ଯାତ୍ରାରେ ବେସ ସହାୟକ ହେଉଛି।  ଯାତ୍ରୀଙ୍କ କ୍ରମାଗତ ଅନୁରୋଧ ପରେ କଟକ ସହର ମଧ୍ୟରେ କିଛି ନୂଆ ରୁଟ୍‌ରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୁରୁଣା ବସକୁ ପୁନରୁଦ୍ଧାର କରି ଉକ୍ତ ବସ ଗୁଡିକରେ ଆଧୂନିକ ସୁବିଧା ସହିତ ମୋ ବସ୍ ଭାବରେ କଟକରେ ଚାଲିବ। ଯାହାଦ୍ବାରା ରୌପ୍ଯ ସହର କଟକର ଯାତ୍ରୀମାନେ ସୁବିଧାରେ ଯାତ୍ରା କରିବେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

୮୦ ନଂ ରୁଟ ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ୮୧ ନଂ ରୁଟ୍ ବାରବାଟି ଷ୍ଟାଡ଼ିୟମ୍‌ରୁ ସାଲେପୁର, ୮୨ ନଂ ରୁଟ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ଏସସିବି ମେଡିକାଲ, ୮୩ ନମ୍ବର ରୁଟ୍ ଧବଳେଶ୍ବରରୁ  କନ୍ଦରପୁର ପର୍ଯ୍ଯନ୍ତ ୪ଟି ନୂଆ ରୁଟ୍ ତିଆରି କରାଯାଇଛି। ଏହି ସେବା ଦ୍ବାରା  କଟକର ଜନସାଧାରଣ ସୁବାଧା ଓ ସହଜ ଯାତାୟାତ ପାଇଁ ଅଧିକ ସୁଯୋଗ ପାଇବେ। ପ୍ରତ୍ଯେକ ଯାତ୍ରୀ ପକେଟ ଉପଯୋଗୀ ତଥା କମ ମୂଲ୍ଯରେ ଯାତ୍ରା କରିବେ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ପୁରୁଣା ବସ୍‌କୁ ପୁନରୁଦ୍ଧାର କରି ଆଧୁନିକ ସୁବିଧାଗୁଡ଼ିକ ସହିତ ମୋ ବସ୍ ଭାବରେ କଟକ ସହରରେ ଗଡ଼ିବ । ଏହି ସାଧାରଣ ବସ ସେବା ଜୁନ୍ ୮ ତାରିଖ ବୁଧବାର ଠାରୁ ଆରମ୍ଭ ହେବ। ଏ ନେଇ ବୋଲି କ୍ରୁଟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସସଟେନଆବିଲିଟି ହେଉଛି କ୍ରୁଟର ମୂଳ ଲକ୍ଷ୍ଯ। ଦୀର୍ଘ ବର୍ଷ ଧରି ପଡିରହିଥିବା  ପୁରୁଣା ବସଗୁଡିକ ସଜାଡି ପୂର୍ବପରି ରୋଡରେ ଚଳାଇବା ପାଇଁ କ୍ରୁଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ବର୍ତ୍ତମାନ ସେ ଲକ୍ଷ୍ଯରେ ସଫଳ ହୋଇଛି। କଟକରେ ଯାତ୍ରୀମାନେ ଦୈନିକ ଯାତାୟତରେ ଏହି ସେବା ଦ୍ବାରା ଲାଭାନ୍ବିତ ହେବେ ବୋଲି କ୍ରୁଟ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରତ୍ଯେକ ବସ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ଯବସ୍ଥା ରହିଛି। କ୍ରୁଟ ସର୍ବଦା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇଆସୁଛି । ସମସ୍ତ ରୁଟ୍‌ ବସ୍‌ଗୁଡ଼ିକ ମୋ ବସ୍ କଟକ ଟର୍ମିନାଲ୍‌ରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର