ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା କରି ଜାଳିଦେଲେ

The Sakala Picture
Published On

ବେଗୁନିଆ : ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମିଳିମିଶି ହତ୍ୟାକରି ଗ୍ରାମ ନିକଟ ଶ୍ମଶାନରେ ପୋଡ଼ିଦେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି ବେଗୁନିଆ ଥାନାରେ। ପୁଲିସ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଗତ ୧ ତାରିଖରେ ତାଙ୍କ ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗାଁ ବୈଠକକୁ ଡାକିଥିଲେ। ପୂର୍ବରୁ ମନୋମାଳିନ୍ୟ ଥିବା […]

ବେଗୁନିଆ : ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମିଳିମିଶି ହତ୍ୟାକରି ଗ୍ରାମ ନିକଟ ଶ୍ମଶାନରେ ପୋଡ଼ିଦେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି ବେଗୁନିଆ ଥାନାରେ। ପୁଲିସ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଗତ ୧ ତାରିଖରେ ତାଙ୍କ ଗ୍ରାମ ଆଦିବାସୀ ସମ୍ପ୍ରଦାୟର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗାଁ ବୈଠକକୁ ଡାକିଥିଲେ। ପୂର୍ବରୁ ମନୋମାଳିନ୍ୟ ଥିବା ନେଇ ତାଙ୍କୁ ତାଙ୍କ ଶଳାଙ୍କ ସହ ମିଶିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ପୁନର୍ବାର ୨ ତାରିଖ ରାତି ୮ଟା ସମୟରେ ଉକ୍ତ ଗ୍ରାମର ଦୁଇ ଯୁବକ ସମନି ନାୟକ ଏବଂ ଟୁଲୁ ବେହେରା ସତ୍ୟବ୍ରତଙ୍କୁ ବୈଠକ ଅଛି କହି ଘରୁ ଡାକି ଆଣି ହତ୍ୟା କରି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମର ପଟାଶ ଜଙ୍ଗଲ ଭିତରେ ଥିବା ଶ୍ମଶାନରେ ପୋଡ଼ି ଦେଇଥିବା ତାଙ୍କ ପୁତୁରା ବସନ୍ତ ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶବ ପୋଡ଼ା ଯାଇଥିବା ଶ୍ମଶାନ ଅଞ୍ଚଳ ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଯାଉଥିବାରୁ ଘଟଣାସ୍ଥଳରେ ଖୋର୍ଦ୍ଧା ଅତିରିକ୍ତ ଏସ୍‍ପି, ଏସ୍‍ଡିପିଓ, ସାଇଣ୍ଟିଫିକ୍‍ ଟିମ୍‍ ପହଞ୍ଚି ଶ୍ମଶାନରୁ ପାଉଁଶ, ହାଡ଼ ସଂଗ୍ରହ କରି ପରୀକ୍ଷା ପାଇଁ ଲାବୋରେଟାରୀକୁ ପଠାଯିବ ବୋଲି ତଦନ୍ତକାରୀ ଟିମ୍‍ କହିଛି। ସେପଟେ ପୁଲିସ ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର