ଆଉ ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ଶେଷ ପର୍ଯ୍ୟାୟରେ ତିନିରଥ ନିର୍ମାଣ କାର୍ଯ୍ୟ …

The Sakala Picture
Published On

ପୁରୀ: ଆଉମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାରମାନଙ୍କୁ ରଙ୍ଗ ଦେବା ପାଇଁ ହସ୍ତାନ୍ତର କରିଛନ୍ତି। ଚିତ୍ରକାରମାନେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭାଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ରଙ୍ଗ ଚିତ୍ର ଆଙ୍କିବେ। ତାଳଧ୍ୱଜ ରଥ […]

ପୁରୀ: ଆଉମାତ୍ର ୩ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରା କରିବେ ଦାରୁବିଗ୍ରହ। ଏଥିପାଇଁ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଚିତ୍ରକାରମାନଙ୍କୁ ରଙ୍ଗ ଦେବା ପାଇଁ ହସ୍ତାନ୍ତର କରିଛନ୍ତି। ଚିତ୍ରକାରମାନେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭାଗୁଡ଼ିକରେ ଧଳା ପ୍ରାଇମର ବୋଳା ଶେଷ କରିଛନ୍ତି। ପ୍ରାଇମର ଶୁଖିଲା ପରେ ରଙ୍ଗ ଚିତ୍ର ଆଙ୍କିବେ। ତାଳଧ୍ୱଜ ରଥ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢି, ଦୁଇ ପାର୍ଶ୍ୱରେ ଶିବ ଏବଂ ନାରଦଙ୍କ ଚିତ୍ର ଅଙ୍କନ କରାଯିବ। ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢି ସହ ପ୍ରଭା ଦୁଇପଟେ ଗଙ୍ଗା, ଯମୁନାଙ୍କ ଚିତ୍ର ଏବଂ ନନ୍ଦିଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଦୁଇ ପାର୍ଶ୍ୱରେ ଇନ୍ଦ୍ର ଏବଂ ବ୍ରହ୍ମାଙ୍କ ଚିତ୍ର ଅଙ୍କନ ହେବ। ଏତଦ୍‌ବ୍ୟତୀତ ଚିତ୍ରକାର ସେବକମାନେ ତିନି ରଥର ସିଂହାସନ ବେଦୀ ତିନି ପାର୍ଶ୍ୱରେ ଗାଈ ପଲ୍ଲ ଚିତ୍ର ଅଙ୍କନ ଶେଷ କରିଛନ୍ତି। ନନ୍ଦିଘୋଷ ରଥର ଚକ, ଦଣ୍ଡା, ଗୁଜ, ବାହ୍ୟ ଅଂଶଗୁଡ଼ିକରେ ଆବଶ୍ୟକୀୟ ରଙ୍ଗ ଶେଷ କରି ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ଶେଷ ସ୍ପର୍ଶ ଦେଉଛନ୍ତି। ଏଥିସହ ଘୋଡ଼ା, ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦରଜୀ ସେବକମାନେ ତିନି ରଥର ୧୨ଟି ଚନ୍ଦ୍ରଶାଳୀ , ୧୨ଟି ଅଁଳାଶ୍ରୀ, କନା କାର୍ଯ୍ୟ ଶେଷ ହେବାସହ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଚକା ଅପସରା କାର୍ଯ୍ୟ ଶେଷ କରିଛନ୍ତି। ଏବେ କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥି ପୋଷାକ ଆରମ୍ଭ କରିଛନ୍ତି। ଦୋଳବେଦୀ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ତିନିରଥର ୪ଟି ଲେଖାଏଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

23 Jun 2025 By The Sakala

https://www.thesakala.in/latest-odisha-news/the-world-famous-rath-yatra-of-mahaprabhu-will-begin-construction-of-three-chariots-in-the-final-phase/article-41307
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର