ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି – ଏସଆରସି

The Sakala Picture
Published On

ଭୁବନେଶ୍ବର: ବନ୍ୟା ସ୍ଥିତ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୨୦ଟି ଗେଟ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ଜଳଭଣ୍ଡାର ୩ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳ ୪ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତା କଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫ରେ ପହଞ୍ଚିବାର ଲକ୍ଷ ରହିଛି ବୋଲି ଏସଆରସି  […]

ଭୁବନେଶ୍ବର: ବନ୍ୟା ସ୍ଥିତ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୨୦ଟି ଗେଟ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ଜଳଭଣ୍ଡାର ୩ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳ ୪ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତା କଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫ରେ ପହଞ୍ଚିବାର ଲକ୍ଷ ରହିଛି ବୋଲି ଏସଆରସି  ପ୍ରଦୀପ ଜେନା କହିଛନ୍ତି।ମୁଣ୍ଡୁଳିରେ ୯ ଲକ୍ଷ ୪୮ ହଜାର କ୍ଯୁସେକ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ମୁଣ୍ଡୁଳିରେ ଜଳସ୍ତର କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିସୁଛି । ସେଥିପାଇଁ ଧିରେ ଧୀରେ ଖସୁଛି ।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ୨୦ ମିଲି ହୋଇଛି । ବୌଦ୍ଧରେ ୭୧.୩, ଦେଓଗଡ଼ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୨୦ ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । ୧୯ଟି ବ୍ଲକରେ ୪୦ରୁ ୫୦ ମିଲି ବର୍ଷା ହୋଇଛି । ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ ୪ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ

ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । ୯ ଲକ୍ଷ ତଳକୁ ଗଲେ ପାଣି ଖସିବ । ୨ ଲକ୍ଷ ୭୭ ହଜାର ୯୯୫ ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା ୨ ଲକ୍ଷ ୪୩ ହଜାର ୩୪୩ କୁ ଯୋଗାଇଦିଆଯାଇଛି । ୧୫୯ ମେଡ଼ିକାଲ କ୍ୟାମ୍ପ, ୧୧୦ ମୋବାଇଲ ଟିମ ବୁଲୁଛନ୍ତି । ୫ଟି ସାପ କାମୁଡା କେସ ଆସିଛି ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ନେଲା ଜୀବନ; ଅପହରଣ ପରେ ସାଙ୍ଗକୁ ମାରି ମାଟିତଳେ ପୋତିଦେଲା ସାଙ୍ଗ...

୨୮୫ଟି କାଟେଲ କ୍ୟାମ୍ପ୍‌ । ୧୦ ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । ୫ ହଜାର ୧୪ ହଜାର ୪୮୮ ଟିକା ଦିଆଯାଇଛି । ୭ଟି ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ଜିଲ୍ଲାରେ ୧୫ ଦିନ ରିଲିଫ ଦିଆଯିବ । ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ। ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ  ୭ – ୮ ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ପବନ ରହିବ । କେନ୍ଦୁଝର, ମୟୁରଭଞ୍ଜ, ଓ ଭଦ୍ରକରେ ପବନ ହେବ । ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ।

ଆସନ୍ତାକାଲି ୪ଟି ଜିଲ୍ଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା । ହୀରାକୁଦକୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ । କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳ ସ୍ତର କମାଯାଉଛି । ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି ।

ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍‌ ଓ ଏନଡିଆରଏଫ ନିୟୋଜିତ କରାଯିବ । ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ ବୋଲି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

19 Aug 2022 By The Sakala

ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି – ଏସଆରସି

ଭୁବନେଶ୍ବର: ବନ୍ୟା ସ୍ଥିତ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୨୦ଟି ଗେଟ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ଜଳଭଣ୍ଡାର ୩ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳ ୪ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତା କଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫ରେ ପହଞ୍ଚିବାର ଲକ୍ଷ ରହିଛି ବୋଲି ଏସଆରସି  ପ୍ରଦୀପ ଜେନା କହିଛନ୍ତି।ମୁଣ୍ଡୁଳିରେ ୯ ଲକ୍ଷ ୪୮ ହଜାର କ୍ଯୁସେକ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ମୁଣ୍ଡୁଳିରେ ଜଳସ୍ତର କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିସୁଛି । ସେଥିପାଇଁ ଧିରେ ଧୀରେ ଖସୁଛି ।

ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ୨୦ ମିଲି ହୋଇଛି । ବୌଦ୍ଧରେ ୭୧.୩, ଦେଓଗଡ଼ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୨୦ ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । ୧୯ଟି ବ୍ଲକରେ ୪୦ରୁ ୫୦ ମିଲି ବର୍ଷା ହୋଇଛି । ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ ୪ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି ।

ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । ୯ ଲକ୍ଷ ତଳକୁ ଗଲେ ପାଣି ଖସିବ । ୨ ଲକ୍ଷ ୭୭ ହଜାର ୯୯୫ ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା ୨ ଲକ୍ଷ ୪୩ ହଜାର ୩୪୩ କୁ ଯୋଗାଇଦିଆଯାଇଛି । ୧୫୯ ମେଡ଼ିକାଲ କ୍ୟାମ୍ପ, ୧୧୦ ମୋବାଇଲ ଟିମ ବୁଲୁଛନ୍ତି । ୫ଟି ସାପ କାମୁଡା କେସ ଆସିଛି ।

୨୮୫ଟି କାଟେଲ କ୍ୟାମ୍ପ୍‌ । ୧୦ ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । ୫ ହଜାର ୧୪ ହଜାର ୪୮୮ ଟିକା ଦିଆଯାଇଛି । ୭ଟି ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ଜିଲ୍ଲାରେ ୧୫ ଦିନ ରିଲିଫ ଦିଆଯିବ । ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ। ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ  ୭ – ୮ ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ପବନ ରହିବ । କେନ୍ଦୁଝର, ମୟୁରଭଞ୍ଜ, ଓ ଭଦ୍ରକରେ ପବନ ହେବ । ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ।

ଆସନ୍ତାକାଲି ୪ଟି ଜିଲ୍ଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା । ହୀରାକୁଦକୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ । କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳ ସ୍ତର କମାଯାଉଛି । ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି ।

ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍‌ ଓ ଏନଡିଆରଏଫ ନିୟୋଜିତ କରାଯିବ । ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ ବୋଲି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର