କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ପୁଷ୍ପଲତା: କରୋନା କାଳରେ ମାନସିକ ଦୁଃଶ୍ଚିନ୍ତାରୁ ମୁକୁଳି କିପରି କରୋନା ସହ ଲଢ଼ିବ ସେ ନେଇ ଦେଉଛନ୍ତି ସଚେତନତାର ବାର୍ତ୍ତା

The Sakala Picture
Published On

ଭୁବନେଶ୍ୱର,: କରୋନାର ପ୍ରଥମ, ଦ୍ୱିତୀୟ ଲହର ପରେ ଏବେ ସମସ୍ତଙ୍କୁ ତୃତୀୟ ଲହରର ଚିନ୍ତା। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ କିଛି ପରିମାଣରେ କମିଛି; ମୃତ୍ୟୁ ସଂଖ୍ୟା କିନ୍ତୁ ଲୋକଙ୍କୁ ଛାନିଆଁ କରୁଛି। ଏଭଳି ସମୟରେ ସାମାନ୍ୟ ଥଣ୍ଡା ଜ୍ୱର ବି ଡରାଉଛି। ସାଧାରଣ ଜ୍ବର ହେଉକି କରୋନା, ଯେଉଁଠି ପରିବାର ଲୋକ ହାତ ଛାଡ଼ିଦେଉଛନ୍ତି ସେଠି ଆଶଦିଦିଙ୍କ ସହାୟତାର ହାତ ଲୋକଙ୍କୁ ନୂଆ ଜୀବନ ଦେଖାଉଛି। ସହୃଦୟତାର ସହ ଲୋକଙ୍କ ପାଖେ ପାଖେ ରହି କରୋନା […]

ଭୁବନେଶ୍ୱର,: କରୋନାର ପ୍ରଥମ, ଦ୍ୱିତୀୟ ଲହର ପରେ ଏବେ ସମସ୍ତଙ୍କୁ ତୃତୀୟ ଲହରର ଚିନ୍ତା। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ କିଛି ପରିମାଣରେ କମିଛି; ମୃତ୍ୟୁ ସଂଖ୍ୟା କିନ୍ତୁ ଲୋକଙ୍କୁ ଛାନିଆଁ କରୁଛି। ଏଭଳି ସମୟରେ ସାମାନ୍ୟ ଥଣ୍ଡା ଜ୍ୱର ବି ଡରାଉଛି। ସାଧାରଣ ଜ୍ବର ହେଉକି କରୋନା, ଯେଉଁଠି ପରିବାର ଲୋକ ହାତ ଛାଡ଼ିଦେଉଛନ୍ତି ସେଠି ଆଶଦିଦିଙ୍କ ସହାୟତାର ହାତ ଲୋକଙ୍କୁ ନୂଆ ଜୀବନ ଦେଖାଉଛି। ସହୃଦୟତାର ସହ ଲୋକଙ୍କ ପାଖେ ପାଖେ ରହି କରୋନା ଭଳି ମହାମାରୀରେ ସକରାତ୍ମକ ଭାବନା ଦେଖାଉଛନ୍ତି ଆଶା ଦିଦି ପୁଷ୍ପଲତା ବାରିକ। ଘର ଘର ବୁଲି ଲୋକମାନଙ୍କ ପାଖରେ ପହଞ୍ଚି ମାନସିକ ଦୁଃଶ୍ଚିନ୍ତାରୁ ମୁକୁଳି କିପରି କରୋନା ସହ ଲଢ଼ିହେବ ସେ ବିଷୟରେ ସଚେତନତାର ବାର୍ତ୍ତା ବଣ୍ଟୁଛାନ୍ତି ପୁଷ୍ପଲତା।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ନିଜ ପରିବାରକୁ ପଛରେ ପକାଇ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଶପଥ ନେଇଛନ୍ତି ଆଶା ଦିଦି ପୁଷ୍ପଲତା। ମାଟ୍ରିକ ପାସ କରିଥିବା ପୁଷ୍ପଲତାଙ୍କର ଶିକ୍ଷାଗତ ସାର୍ଟିଫିକେଟ କମ୍‌ଥିଲେ ବି ଅଭିଜ୍ଞତା ଯଥେଷ୍ଟ ବେଶୀ। ସେହି ଅଭିଜ୍ଞତା ହିଁ ଆଜି ତାଙ୍କୁ କରୋନା ଭଳି ମହାମାରୀରେ ଲୋକଙ୍କ ପାଖରେ ଛିଡ଼ା ହେବା ଓ ଲୋକଙ୍କୁ ସେବା ଯୋଗାଇବାର ସାହସ ଦେଇଛି। ୨୦୦୬ ମସିହା ମେ ମାସରେ ପ୍ରଥମ କରି ଆଶାଦିଦି ଭାବେ କାମରେ ଯୋଗଦେଇଥିଲେ ପୁଷ୍ପଲତା। ତା’ପରଠାରୁ ଆଉ କେବେ ପଛକୁ ଫେରି ନାହାଁନ୍ତି ସେ। ନିଜର କର୍ତ୍ତବ୍ୟନିଷ୍ଠ ସେବା ଯୋଗୁଁ ପୁଷ୍ପଲତା ଏବେ ସମଲ ଅଞ୍ଚଳର ଡବ୍ଲୁସି କଲୋନୀ, ମହୁଲ ହାଟିଂ, ଚକ୍ରଶିଳା କଲୋନୀ, ପାଣିଟାଙ୍କି କଲୋନୀ, ମାଷ୍ଟର କଲୋନୀ, ଓସିସି କଲୋନୀ ଆଦି ଅଞ୍ଚଳର ଦାୟିତ୍ୱରେ ଅଛନ୍ତି। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୫୭୭ ପରିବାରର ୨ ହଜାର ୨୦ ଲୋକଙ୍କ ଭାର ନିଜ ମୁଣ୍ଡରେ ମୁଣ୍ଡାଇଛନ୍ତି ପୁଷ୍ପଲତା।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

କରୋନା ସମୟରେ ଏମାନେ କିପରି ସୁସ୍ଥ ରହିବେ ସେଥିପାଇଁ ସେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରିବା ସହ ଅକ୍ସିମିଟର ସାହାଯ୍ୟରେ ତାପମାତ୍ରା ମାପି ତା’ର ତଥ୍ୟ ସଂଗ୍ରହ କରି ରଖୁଛନ୍ତି। ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ସୁବିଧା, ସରକାରୀ ଯୋଜନା, ନବଜାତ ଶିଶୁଙ୍କ ଯତ୍ନ, ଯକ୍ଷ୍ମା ପାଇଁ ଔଷଧ ମିଳୁଛି କି ନାହିଁ ସେସବୁ କଥା ବି ବୁଝନ୍ତି ପୁଷ୍ପଲତା। ପୁଷ୍ପଲତା କୁହନ୍ତି; କରୋନା ସମୟରେ ଦାୟିତ୍ୱ ଆହୁରି ବଢ଼଼ିଯାଇଛି। ଆମେ ଲୋକଙ୍କ ସେବା ପାଇଁ ହିଁ ନିୟୋଜିତ ହୋଇଛୁ। ସରକାର ଆମ ଉପରେ ଆସ୍ଥା ରଖି ଆମକୁ କରୋନା ହଟାଇବାର ଭାର ଦେଇଛନ୍ତି। ଏହାକୁ ସମ୍ମାନ ଜଣାଇ ଏବେ କାମ କରୁଛି। ପରିବାର ଲୋକେ ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ନିଜକୁ ପରିବାର ଭିତରେ ସଙ୍ଗରୋଧ କରି ରଖୁଛି। କରୋନାର ସବୁ ନିୟମକୁ ମାନି ଲୋକଙ୍କ ସହ ମିଶୁଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

କେଳବ ସେତିକି ନୁହେଁ; ବେଶୀ ପାଠ ପଢ଼ି ନ ଥିବା ଲୋକମାନଙ୍କୁ ଔଷଧ ବାବଦରେ ହାତ ଧରି ବୁଝାଇବାକୁ ବି ପୁଷ୍ପଲତା ପହଞ୍ଚିଯାଉଛନ୍ତି। କରୋନା ଆକ୍ରାନ୍ତ ଥିବା ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ବେଳେ ବେଳେ ଔଷଧ ଯାଇ ଦେବାକୁ ପଡୁଛି। କେବଳ ସେତିକି ନୁହେଁ; ନିରାଶ୍ରିତ ପରିବାର ପାଖରେ ପହଁଞ୍ଚି ସେ ଆଣ୍ଟିଜେନ୍‍ ପରୀକ୍ଷା ବି କରାଉଛନ୍ତି। ରୋଗୀଙ୍କୁ ଅତି ନିକଟରୁ ସେବା ଦେଉଛନ୍ତି ପୁଷ୍ପଲତା। ଆଜକୁ ବର୍ଷେ ହେବ ଶତାଧିକ ରୋଗୀଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖ ସୁଖ ବୁଝୁଛନ୍ତି। ଅନ୍ୟାନ୍ୟ ଅସୁବିଧା ହେଲେ ମଧ୍ୟ ସମ୍ପୃକ୍ତ ବିଭାଗକୁ ଜଣାଇ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ପୁଷ୍ପଲତା। ତା’ରି ଭିତରେ ସ୍ୱଳ୍ପ ମାସିକ ଦରମାରେ କଷ୍ଟ ହେଲେ ବି ପରିବାର ପ୍ରତିପୋଷଣ କରି ଚାଲିଛନ୍ତି। କେବେ ବି ନିଜ ଦରମା କଥା ଚିନ୍ତା ନ କରି ସେ ଏହାକୁ ଏକ ନିଶା ଭାବରେ ନେଇ କାମ ଆତ୍ମତୃପ୍ତି ପାଉଛନ୍ତି ବୋଲି କହନ୍ତି ପୁଷ୍ପଲତା। ବୃତ୍ତିରେ ସେ ଜଣେ ଆଶାକର୍ମୀ ଥିଲେ ବି ତାଙ୍କର ସେବା ମନବୃତ୍ତି ତାଙ୍କୁ ଆଜି କରୋନା ସମୟରେ ଦେବଦୂତ ସଜାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର