ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ପ୍ରଶଂସା କଲେ ୟୁଏନ୍ କଣ୍ଟ୍ରି ଡାଇରେକ୍ଟର

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ଓ୍ୱାର୍ଲ୍ଡ ଫୁଡ କାର୍ଯ୍ଯକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି। ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ହୋଇଛି। ରାଜ୍ୟ ସରକାର ଆପଣେଇ ଥିବା ବିଭିନ୍ନ କାର୍ଯ୍ଯକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ସହଭାଗୀତାରେ ଆହୁରି ଅନେକ କାର୍ଯ୍ଯ ହାତକୁ ନିଆଯାଇଛି ବୋଲି କହିଛନ୍ତି ବିଶ୍ୱ ପାରାଜୁଲି। ଆଗାମୀ ଦିନରେ ରାଜ୍ୟକୁ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟରେ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ଓ୍ୱାର୍ଲ୍ଡ ଫୁଡ କାର୍ଯ୍ଯକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି। ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ହୋଇଛି। ରାଜ୍ୟ ସରକାର ଆପଣେଇ ଥିବା ବିଭିନ୍ନ କାର୍ଯ୍ଯକ୍ରମକୁ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ସହଭାଗୀତାରେ ଆହୁରି ଅନେକ କାର୍ଯ୍ଯ ହାତକୁ ନିଆଯାଇଛି ବୋଲି କହିଛନ୍ତି ବିଶ୍ୱ ପାରାଜୁଲି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଆଗାମୀ ଦିନରେ ରାଜ୍ୟକୁ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ରାଜ୍ୟରେ ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ପ୍ରାକୃତିକ ବିପର୍ଯ୍ଯୟ ମୁକାବିଲାରେ ଓଡିଶା ଏକ ଉଦାହରଣ ପାଲଟି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବିଶ୍ୱ ପାରାଜୁଲି। ଏହାସହ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଖରେ କିଭଳି ପୁଷ୍ଟିକର ଖାଦ୍ୟ ପହଞ୍ଚିବ ସେ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ କାର୍ୟ୍ୟ କରାଯିବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ମିଶନଶକ୍ତି ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ସହ ନୂଆ ଦିଶା ଦେଖାଇଛି। ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ରାଜ୍ୟ କୃଷି ବିଭାଗ ସହ ମଧ୍ୟ ଅନେକ ପ୍ରକଳ୍ପ କାମ କରୁଛି। ୧୯୭୨ ମସିହାରେ ବିଶ୍ୱରେ ଆରମ୍ଭ ହୋଇଥିବା ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଚଳିତ ବର୍ଷ ୫୦ ତମ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ରୋମରେ ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି ଓ୍ୱାର୍ଲ୍ଡ ଫୁଡ କାର୍ଯ୍ଯକ୍ରମର କଣ୍ଟ୍ରି ନିର୍ଦ୍ଦେଶକ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର