ଆରବ ସାଗରରେ ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ

The Sakala Picture
Published On

ନୂଆଦିଲ୍ଲୀ: ଆରବ ସାଗରରେ ବାତ୍ୟା । ଆରବ ସାଗରରେ ଘନୀଭୂତ ହେଉଛି ଅବପାତ । ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ । ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଛି। ହେଲେ ଭାରତ ପାଇଁ ବିପଦ ନଥିବା ଜଣାପଡ଼ିଛି।  ଓମାନ ଓ ୟେମେନ ଉପକୂଳକୁ ମୁହାଁ ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାରି ପ୍ରଭାବରେ ୨୪ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, […]

ନୂଆଦିଲ୍ଲୀ: ଆରବ ସାଗରରେ ବାତ୍ୟା । ଆରବ ସାଗରରେ ଘନୀଭୂତ ହେଉଛି ଅବପାତ । ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ । ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଛି। ହେଲେ ଭାରତ ପାଇଁ ବିପଦ ନଥିବା ଜଣାପଡ଼ିଛି।  ଓମାନ ଓ ୟେମେନ ଉପକୂଳକୁ ମୁହାଁ ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ଏହାରି ପ୍ରଭାବରେ ୨୪ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହି । ତେଣୁ ମତ୍ସଜୀବୀମାନେ ସତର୍କ ରହିବା ପାଇଁ ପରାମର୍ଶ କରିଛି ପାଣିପାଗ ବିଭାଗ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

20 Oct 2023 By The Sakala

ଆରବ ସାଗରରେ ବାତ୍ୟା ! ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ

ନୂଆଦିଲ୍ଲୀ: ଆରବ ସାଗରରେ ବାତ୍ୟା । ଆରବ ସାଗରରେ ଘନୀଭୂତ ହେଉଛି ଅବପାତ । ଆସନ୍ତା ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡର ରୂପ । ୨୨ ତାରିଖ ବେଳକୁ ଭୀଷଣ ସାମୁଦ୍ରିକ ରୂପ ନେବାର ସମ୍ଭାବନା ରହିଛି। ହେଲେ ଭାରତ ପାଇଁ ବିପଦ ନଥିବା ଜଣାପଡ଼ିଛି।  ଓମାନ ଓ ୟେମେନ ଉପକୂଳକୁ ମୁହାଁ ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହାରି ପ୍ରଭାବରେ ୨୪ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ବଢିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଝଟକା ପବନ ଘଣ୍ଟାପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ପ୍ରଭାବରେ ସମୁଦ୍ର ଅଶାନ୍ତ ରହି । ତେଣୁ ମତ୍ସଜୀବୀମାନେ ସତର୍କ ରହିବା ପାଇଁ ପରାମର୍ଶ କରିଛି ପାଣିପାଗ ବିଭାଗ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର